କୁଟ୍ଟେ ଓ ଆଶିଷ ସିଂ ଙ୍କୁ ଇ.ସି.ଆଇ ଛାଟ
ରାଜ୍ୟ ସରକାରଙ୍କ ହୁଇ ବରିଷ୍ଠ ଅଧିକାରୀଙ୍କୁ ପଡିଛି ଇ.ସି.ଆଇ ଛାଟ । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରେ ନିଲମ୍ବିତ ହେଲେ ବରିଷ୍ଠ ପୋଲିସ ଅଧିକାରୀ । ଆଶିଷ ସିଂ ଓ ଡିଏସ କୁଟ୍ଟେ ଉଭୟଙ୍କ ଉପରେ ମୁଖ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦିର୍ଘ ଦିନ ହେବ ବିରୋଧୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ । ୧୯୯୭ ବ୍ୟାଚର ଆଇଏଏସ ଅଫିସର ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟକରୁଥିଲେ । ତାଙ୍କୁ ଆଜି ନିଲମ୍ବନ କରାଯିବା ସହିତ ଆସନ୍ତକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସେହିପରି ୨୦୧୦ ଆଇପିଏସ ଅଫିସର ଆଶିôଷ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ଭୁବନେଶ୍ୱର ଏମସ ଡାକ୍ତର ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରୀଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଆଜି ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇପିଏସ ଆଶିଷ ସିଂ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ଗତ ମେ ୪ ତାରିଖରୁ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନ କାମରେ ସଂପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ଶ୍ରୀ ସିଂ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସବୁ ବ୍ୟତୀତ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଇଭିଏମ୍ ମେସିନ୍ ଭଙ୍ଗା ମାମଲାର ଆବଶ୍ୟକ ଯାଂଚ ଆଇନ ଅନୁସାରେ ଜାରି ରଖିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ଏହାକୁ ସ୍ୱାଗତ କରିବା ସହିତ ବିଜେପି ଉପସଭାପତି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଆଜି ଗଣତନ୍ତ୍ରର ବିଜୟ ହୋଇଛି । ଏମାନେ ବିଜେଡିର ଚାମଚାଗିରି କରୁଥିଲେ । ୨୦୧୯ ନିର୍ବାଚନରେ ସମୟରେ ମଧ୍ୟ ଏମାନେ କାମ କରୁଥିଲେ ।
113 total views