ଓଡ଼ିଶା

ବିଜେଡ଼ି ଉପରେ ବର୍ଷିଲେ ଅନୁଭବ ମହାନ୍ତି


ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର ବିଜେଡି ଭିତରେ ବହୁତ ଫରକ ଅଛି କହିବା ସାଙ୍ଗକୁ ଖୋଲିଛନ୍ତି ବିଜେଡିର ଗୁମର। ନବୀନ ବାବୁ ବର୍ତ୍ତମାନ ବିଜେଡି ଦଳର ନେତୃତ୍ୱ ନେଉନାହାନ୍ତି । ମୋତେ ନବୀନ ପଟ୍ଟନାୟକଙ୍କ ସହ ଭେଟିବା କି କଥା ହେବାକୁ ସୁଯୋଗ ଦେଲେନି । ୪/୫ ବର୍ଷ ଦଳର ନେତାଙ୍କୁ ଭେଟିବାକୁ ସୁଯୋଗ ମିଳିଲାନି । କେନ୍ଦ୍ରାପଡାରେ ମୋତେ କାମ କରିବାକୁ ସୁଯୋଗ ଦିଆଗଲାନି । ଅନୁଭବ କହିଥିଲେ, ମୋ ମୁଣ୍ଡ କେବେ ମୁଁ ବିକି ନଥିଲି, କି ବିକିବି ନାହିଁ । ମୁଁ ମୋ ନିଜକୁ ପ୍ରତିଶ୍ରୁତି ଦେଇଛି ଆମ ରାଜ୍ୟର ଅସ୍ମିତାକୁ କାହା ହାତରେ ଟେକିଦେବାନି । ଜିଲ୍ଲାପାଳଙ୍କ ଅଫିସରେ ମୋ ଫାଇଲ ମାସ ମାସ ଧରି ପଡି ରହୁଥିଲା । ମୋତେ କେନ୍ଦ୍ରାପଡା ପାଇଁ କାମ କରେଇ ଦେଉନଥିଲେ । ଆପଣମାନେ ଯେତେବେଳେ ପ୍ରଶ୍ନ କରୁଥିଲେ ସାଂସଦ ଅନୁଭବ ମହାନ୍ତି କୁଆଡେ ଗଲେ ମୁଁ କହିବାକୁ ଚାହୁଁଛି ଦଳ ତରଫରୁ ମୋତେ ଫୋନ କରି ମନା କରାଯାଉଥିଲା । ସରପ୍ରାଇଜ ଭିଜିଟ କଲେ କହୁଥିଲେ ଆପଣ ଭଲ କାମ କରୁଛନ୍ତି ହେଲେ ଏମିତି କରନ୍ତୁନି ସରକାର ଉପରକୁ ଆଙ୍ଗୁଳି ଉଠୁଛି । ଅନୁଭବ ଆହୁରି ବି କହିଛନ୍ତି ଯେ, ମୋ ବାପା ୧୬ ବର୍ଷ ଧରି ଏହି ସରକାର ଯୋଗୁଁ କଷ୍ଟ ଭୋଗିଥିଲେ । ଆପଣ କହୁଥିବେ ମୁଁ ତ ସରକାରରେ ଥିଲି କାହିଁ କିଛି କରିପାରିଲିନି । କାରଣ ମୁଁ ମୋ କ୍ଷମତାର କେବେ ଅପବ୍ୟବହାର କରିନାହିଁ । ମୋ ବାପାଙ୍କ ନାଁରେ ଏହି ସରକାର ୨୦୨୧ରେ ଯେଉଁ ଅଭିଯୋଗ ଆଣିଥିଲେ ତାହା ସଂପୂର୍ଣ୍ଣ ମିଛ । ତେଣୁ ବିଜେଡ଼ି ସମ୍ପର୍କରେ ଲୋକମାନେ ଅବଗତ ହୁଅନ୍ତୁ ବୋଲି ସେ କହିଛନ୍ତି ।

 147 total views


Leave a Reply

Your email address will not be published. Required fields are marked *