ମଙ୍ଗଳବାର ୬ ଘଣ୍ଟା ବନ୍ଦ ରହିବ ଭୁବନେଶ୍ୱର
ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିିଜୁ ଜନତା ଦଳ । ଭରତପୁର ଥାନାରେ ଘଟିଥିବା ଘଟଣା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ଭରତପୁର ଥାନାରେ ଯେଉଁଭଳି ଭାବରେ ମେଜରଙ୍କ ବାନ୍ଧବୀଙ୍କୁ ଉପରେ ଥାର୍ଡ ଡିଗ୍ରୀ ଆପଣା ଯାଇଛି ତାକୁ ସବୁଠି ନିନ୍ଦା କରାଯାଉଛି । ଏହି ଘଟଣା ପାଇଁ ରାଜ୍ୟରେ ରାଜନୀତିର ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ ବିଗତ ଦିନରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିବା ସହିତ ପଚା ଟମାଟୋ ମାଡ କରିଛି । । ସଂପୃକ୍ତ ଘଟଣାକୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିଜେଡି ସୁପ୍ରୀମୋ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ।
ଅନ୍ୟ ପକ୍ଷରେ ସମ୍ପୃକ୍ତ ଘଟଣାରେ ୫ ଅଧିକାରୀଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କମିଶନରେଟ ପୋଲିସର କର୍ତ୍ତବ୍ୟରତ ଅଧିକାରୀ । ଏହା ସହିତ ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ପରିବାର ମଧ୍ୟ ମେଜରଙ୍କ ନିଲମ୍ବନ ପାଇଁ ଦାବି କରିଛନ୍ତି ।
ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ହେଡଲାଇନ ପାଲଟିଛି ।
40 total views