ଏଥର ସାଲେପୁର ଦେଖିବ ତ୍ରୀମୁଖି ଲଢେଇ
ପୁରୁଖାଙ୍କୁ ଚକମା ଦେବେ କି ଚଳଚ୍ଚିତ୍ର ଅଭିନେତା ପ୍ରକାଶଙ୍କୁ ଦଳକୁ ଆଣି ବିଜୟର ରାସ୍ତା ସଫା କରିଛନ୍ତି ପ୍ରଶାନ୍ତସଂଖ୍ୟାଲଘୁ ଭୋଟକୁ ହାତେଇ ବିଜୟୀ ହୋଇ ପାରନ୍ତି ୟାକୁବ ଖାନଚତୁର୍ଥ ଅଥବା ଶେଷ ପର୍ଯ୍ୟାୟରେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀରେ ମତଦାନ । ୧୯୫୧ ରୁ କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଭୁକ୍ତ ଟାଙ୍ଗୀ – ସାଲେପୁର ବିଧାନସଭା ଆସନ। ଟାଙ୍ଗୀ ଓ ଚୌଦ୍ଵାର ବ୍ଲକର ମୋଟ ୧୧ଟି ପଞ୍ଚାୟତ ଓ ସାଲେପୁର ବ୍ଲକ୍ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ତେବେ ୨୦୦୦ ମସିହାରୁ ବିଜୁ ଜନତା ଦଳର ଗଡ ଭାବେ ଏହା ପରିଗଣିତ ହୋଇ ଆସିଥିବାରୁ ଏବର୍ଷ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି ।ତେବେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ସର୍ବମୋଟ ୧,୦୪,୨୧୮ଟି ଭୋଟରେ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ତାଙ୍କ ପାଇଁ ଜିତିବା ଟିକେ କଷ୍ଟକର ହୋଇ ପଡ଼ିଛି। ଅପରପକ୍ଷରେ ଅଭିନେତା ରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟ ହୋଇଛନ୍ତି ବିଜେପିରୁ ବିଧାୟକ ପ୍ରାର୍ଥୀ। ପୂର୍ବରୁ ଏଠାରୁ ବିଜେପିର ସେତେଟା ସଂଗଠନ ସୁଦୃଢ ନଥିବା ବେଳେ ବର୍ତ୍ତମାନ ଅରିନ୍ଦମ ଙ୍କ ଲୋକପ୍ରିୟତା ଏକପ୍ରକାର ବିଜେପିକୁ ସୁଦୃଢ କରି ଦେଇଛି। ଆହୁରି ମଧ୍ୟ ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆସି ଅଞ୍ଚଳରେ ଅରିନ୍ଦମ ଙ୍କ ପାଇଁ ପ୍ରଚାର ମଧ୍ୟ କରିଛନ୍ତି।ସେପଟେ ଏହି ଅଞ୍ଚଳରେ ମୁଖ୍ୟତଃ ୪୦,୦୦୦ ରୁ ଅଧିକ ଭୋଟର ସଂଖ୍ୟା ଲଘୁ ଥିବାବେଳେ ଏଥର କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତା ୟାକୁବ ଖାନଙ୍କୁ ପ୍ରାର୍ଥୀ କରିଛି। ନିଜର ସମର୍ଥକ ମାନଙ୍କ ସହ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟର ମାନଙ୍କୁ ଭୋଟ ମାଗିବା ସହ କଂଗ୍ରେସ ଗ୍ୟାରେଣ୍ଟିର ପ୍ରଚାର ପ୍ରସାର କରୁଛନ୍ତି ଯୁବନେତା ୟାକୁବ ।ତେବେ ଏ ସବୁକୁ ନଜରରେ ରଖିଲେ ଏଥର ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା ରୋଚକ ହେବାକୁ ଥିବାବେଳେ କାହାର ବିଜୟହେବ ସେ ନେଇ ଭିନ୍ନ ମତ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାସ ।
149 total views