ଓଡ଼ିଶା

ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର


ନିର୍ବାଚନ ସମୟରେ ଓଡିଶାର କେନ୍ଦ୍ରୀୟ ଟୁରିଷ୍ଟ ନେତାମାନେ ଓଡିଶା ଆସୁଛନ୍ତି । ଏହି ନିର୍ବାଚନରେ ବିଜେଡ଼ିର ବଡ଼ ବିଜୟ ଓ ବିଜେପି ବଡ଼ ପରାଜୟ ହେବ ଏହି ଡରରେ ବିଜେପି କେନ୍ଦ୍ରୀୟ ନେତା ଆସି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଯେଉଁ ନେତା ମାନଙ୍କ ଓଡ଼ିଶାର ବିଷୟରେ ଜ୍ଞାନ ନାହିଁ ଓଡିଶା ବିଜେପି ନେତା ଯେଉଁ ସ୍କ୍ରିପ୍ଟ ଲେଖି ଦେଉଛନ୍ତି ସେମାନେ ତାହା ହିଁ କହୁଛନ୍ତି। ଓଡ଼ିଶାର ବିକାଶରେ ବିଜେପି ସହଯୋଗ କରିନାହିଁ। ଯେଉଁ ବିକାଶ କାମ ହେଉଚି ସବୁ କଥାରେ ବାଧା ଦେବାରେ ଅଭ୍ୟାସରେ ପରିଣତ ହୋଇଛି। ନିଜେ କିଛି କରିବେ ନାହିଁ କାହାକୁ କିଛି କରେଇ ଦେବେ ନାହିଁ। ପରିକ୍ରମା ପ୍ରକଳ୍ପ ଓ ରତ୍ନଭଣ୍ଡାରକୁ ନେଇ ଯେଉଁ ମନ୍ତବ୍ୟ ଦେଉଛନ୍ତି ସବୁ ଡ଼ାହା ମିଛ । ୫୦୦ ବର୍ଷ ଧରି ଯେଉଁ କାମ କରିବାକୁ କିଏ ସାହସ କରିନଥିଲେ ଶାନ୍ତି ପୂର୍ଣ୍ଣ ଭାବେ ତାହା ଶେଷ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ବନ୍ଦ କରିବା ପାଇଁ ଦିଲ୍ଲୀ ଯାଇ ଷଡଯନ୍ତ୍ର କରି ପରାଜୟ ହେଲେ । ଆଗାମୀ ଦିନରେ ମଧ୍ୟ ପରାଜୟ ହେବେ। ସରକାର କହିଛନ୍ତି ୨୦୨୪ ରଥ ଯାତ୍ରାରେ ରତ୍ନ ଭଣ୍ଡର ଖୋଲାଯିବ ଯାହା ପାଇଁ ସବୁ ବ୍ୟବସ୍ଥା ସରିଛି। ଜଗନ୍ନାଥଙ୍କୁ ନେଇ, ମନ୍ଦିରକୁ ନେଇ ଯେଉଁ ମାନେ ରାଜନୀତି କରୁଛନ୍ତି ବିଗତ ଦିନରେ ପରାଜୟର ସାମ୍ନା କରିଛନ୍ତି । ଆଗକୁ ମଧ୍ୟ ପୁନର୍ବାର ହେବାକୁ ଯାଉଛି। ତେଣୁ ଜଗନ୍ନାଥଙ୍କ ନାମରେ ରାଜନୀତି ନକରନ୍ତୁ । ନିଜର କ୍ୟାମ୍ପେନକୁ ନୂଆ ଦିଗ ଦେବାକୁ ଲୋକଙ୍କୁ ଭ୍ରମିତ କରୁଛି ବିଜେପି । ନୂଆ ସ୍କ୍ରିପ୍ଟ ନପାଇ ଟୁରିଷ୍ଟ ନେତାମାନେ ସେହି ସମାନ ପୁରଣା ସ୍କ୍ରିପ୍ଟ ଘୋଷୁଛନ୍ତି । 2000 ରୁ 2009 ଯେଉଁ ବିଜେପିର ନେତା ମାନେ ଆଇନମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଥିଲେ ସେମାନେ ନିଜେ ରତ୍ନଭଣ୍ଡାର ବନ୍ଦ କରାଇଥିଲେ। ବର୍ତ୍ତମାନ କିନ୍ତୁ ରଥଯାତ୍ରା ସୁଦ୍ଧା ରତ୍ନଭଣ୍ଡାର ଖୋଲିବ ବୋଲି ସୂଚନା ଦେଇଛନ୍ତି ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର।

 131 total views


Leave a Reply

Your email address will not be published. Required fields are marked *