ଓଡ଼ିଶା

ଆନ୍ଦୋଳନ ପ୍ରତ୍ୟାହାର କଲା ବିଜେଡି


ଭରତପୁର ଥାନାରେ ଘଟିଥିବା ଘଟଣା ପାଇଁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ବିଜେଡି । ହେଲେ ଆଜି ସାମ୍ବଦିକ ସମ୍ମିଳନୀ କରି ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରିଥିବା କହିଛି ବିଜେଡି । ଏହି ଘଟଣାରେ ପ୍ରଥମେ ବିଜେଡି ହିଁ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲା । ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ । ବିଳମ୍ବରେ ହେଲେ ବି ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରିଥିବା ବିଜେଡି ତରଫରୁ କୁହାଯାଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ବିଚାର ବିଭାଗୀୟ ତଦନ୍ତ କରାଯିବାର ନିଷ୍ପତ୍ତି ନେଇଥିବା ଜଣା ପଡିଛି । ଏହା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ହାଇକୋର୍ଟଙ୍କ ତତ୍ୱାବଧାନରେ କରିବା ପାଇଁ ଅନୁରୋଧ କରାଯିବ ବୋଲି ସୂଚନା ମିଳିଥିଲା ହେଲେ ଏବେ ଏଥିରେ ରୋଚକ ଦିଗ ସାମ୍ନାକୁ ଆସିଛି । କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଥିବା ଜଣାପଡିଛି । ଏନେଇ ଏଜି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ।

 44 total views


Leave a Reply

Your email address will not be published. Required fields are marked *