ଓଡ଼ିଶା

ଜୋର ଧରିଲାଣି ବିଏସକେୱାଇ ରାଜନୀତି


ବିଜେପି ସରକାରକୁ ଆସିବା ପରେ ରାଜ୍ୟ ସଭାପତିଙ୍କ ଗୋଟିଏ ବୟାନ ଏବେ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି । ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିବା ସମୟରେ ବିଏସକେୱାଇକୁ ନେଇ ଦେଇଥିବା ପ୍ରତିକ୍ରିୟା ଏବେ ଜୋର ଚର୍ଚ୍ଚା ଧରିଲାଣି । ମନମୋହନ କହିଲେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁହେବ ବନ୍ଦ ହେବ ବିଏସକେୱାଇ ଯୋଜନା । ବିଏସକେୱାଇ ଯୋଜନା ମାଧ୍ୟମରେ ବିଜେଡି ସରକାର ମହିଳା ମାନଙ୍କୁ ୧୦ ଲକ୍ଷ ଏବଂ ପୁରୁଷ ମାନଙ୍କ ୫ ଲକ୍ଷର ସ୍ୱାସ୍ଥ୍ୟ ସେବା ଯୋଗେଇ ଦେଉଥିଲା । କିନ୍ତୁ ଆୟୁଷ୍ମାନ ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗେଇ ଦିଆଯାଉଛି ।
ଖବର ଅନୁସାରେ ଏବେ ରାଜ୍ୟରେ ଅନେକ ବେସରକାରୀ ହସ୍ପିଟାଲ ବିଏସକେୱାଇ କାର୍ଡରେ ଚିକିତ୍ସା କରିବା ପାଇଁ ମନା କରି ଦେଉଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏହି ଖବର ସମ୍ନାକୁ ଆସିବାରେ ଲାଗିଛି । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଲାଣି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ସରକାରଙ୍କୁ ନଆସୁଣୁ ଏ ନିଷ୍ପତ୍ତି କେବେବି ଗ୍ରହଣୀ. ନୁହେଁ । ଏଇ ପ୍ରସଙ୍ଗରେ ସେ ବ୍ୟକ୍ତିଗତ ଭାବରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

 68 total views


Leave a Reply

Your email address will not be published. Required fields are marked *