ଆସନ୍ତା କାଲି ଠାରୁ କ୍ରିକେଟ ମହାସମର
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର । ୨୦ ଟି ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେବେ । ଏଥିପାଇଁ ଚାରିଟି ପୁଲରେ ଭାଗ କରାଯାଇଛି । ପ୍ରତ୍ୟକ ପୁଲରେ ୫ଟି ଲେଖାଏଁ ଟିମ୍ ରହିଛନ୍ତି । ଚଳିତ ବିଶ୍ୱକପରେ ଭାରତ ଜୁନ ୫ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ୯ ଜୁନରେ ଦେଶ ଦେଖିବ ଭାରତ ପାକିସ୍ତାନ ମହାମୁକାବିଲା ।
ଗୃପ ଏ ରେ ରହିଛନ୍ତି
୧- କାନାଡା
୨- ଆୟରଲ୍ୟାଣ୍ଡ
୩- ଭାରତ
୪- ପାକିସ୍ତାନ
୫- ୟୁଏସଏ
ଗୃପ ବି ରେ ରହିଛନ୍ତି
୧- ଅଷ୍ଟ୍ରେଲିଆ
୨- ଇଂଲଣ୍ଡ
୩- ନାମିବିଆ
୪- ଓମାନ
୫- ସ୍କଟଲାଣ୍ଡ
ଗୃପ ସି ରେ ଅଛନ୍ତି
୧- ଆଫଗାନିସ୍ତାନ
୨- ନିଉଜିଲ୍ୟାଣ୍ଡ
୩- ପପୁଆ ନ୍ୟୁ ଗିନି
୪- ୟୁଗାଣ୍ଡା
୫- ୱେଷ୍ଟ ଇଣ୍ଡିଜ
ଗୃପ ଡି ରେ ଅଛନ୍ତି
୧- ବାଙ୍ଗଲାଦେଶ
୨- ସାଉଥ ଆଫ୍ରିକା
୩- ଶ୍ରୀଲଙ୍କା
୪- ନେପାଲ
୫- ନେଦରଲ୍ୟାଣ୍ଡ
ବିଶ୍ୱକପ ପୂର୍ବରୁ ଭାରତ ଆଜି ବାଂଲାଦେଶ ବିପକ୍ଷରେ ତାର ଅଭ୍ୟାସ ମ୍ୟାଚ ଖେଳିଛି । ଦିର୍ଘ ସମୟ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ୱିକେଟ କିପର ବ୍ୟାଟ୍ସ ମ୍ୟାନ ଋଷଭ ପନ୍ତ ସବୁଠାରୁ ସର୍ବାଧିକ ୫୩ ରନ କରି ନଟ ଆଉଟ ରହିଥିଲେ । ସେହିପରି ରୋହିତ ଶର୍ମା ୨୩, ସୂର୍ଯ୍ୟକୁମାର ଯାଦବ ୩୧ ଏବଂ ହାର୍ଦିକ ପାଣ୍ଡିଆ ୪୦ ରନର ଇନିଂସ ଖେଳିଛନ୍ତି । ଏହା ସହିତ ଭାରତୀୟ ଦଳର ଦମଦାର ବୋଲିଂ ଫଳରେ ଭାରତ ଏହି ମ୍ୟାଚକୁ ୬୦ ରନରେ ବିଜୟ ଲାଭ କରିଥିଲା । ଭାରତ ତରଫରୁ ଅର୍ଶଦୀପ ସିଂ ଓ ଶିବମ ଦୁବେ ୨ ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।
87 total views