ଓଡ଼ିଶା

ପୁରୀ ଚନ୍ଦନ ଯାତ୍ରା ବିସ୍ଫୋରଣ ଘଟଣା ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି


ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏବେ ବି ୧୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ଖଣ୍ଡିଆବନ୍ଧ ସାହିର ଗୋଟିଏ ପରିବାରର ୪ଜଣ ଅଛନ୍ତି। ଶନିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖଣ୍ଡିଆବନ୍ଧ ବାରବାଟୀର ୬ ବର୍ଷୀୟା ଝିଅ ପ୍ରତୀକ୍ଷା ସାହୁଙ୍କର ମୃତ୍ୟୁ ଘଟିଛି। ତା ପୂର୍ବଦିନ ତାଙ୍କ ବାପା ହେମନ୍ତ ସାହୁ ଆଖି ବୁଜିଥିଲେ। ସେହିପରି ତାପୂର୍ବରୁ ସେହି ପରିବାରର ଆଉ ଜଣେ କୁନିଝିଅ ସମୃଦ୍ଧିଙ୍କ ବାପା ପ୍ରଶାନ୍ତ ସାହୁ ମଧ୍ୟ ଆଖି ବୁଜିଥିଲେ। ଏଥିସହ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ଏବେ ବି ବିଭିନ୍ନ ହସ୍ପିଟାଲରେ ୧୭ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଜଣଙ୍କ ୯୦ ରୁ ୯୫ ପ୍ରତିଶତ ଶରୀର ପୋଡ଼ିଯାଇଛି । ତେଣୁ, ସେମାନେ ଗୁରୁତର ଅଛନ୍ତି। ଚିହ୍ନି ହେଉନଥିବାରୁ, ପରିଚୟ ଜାଣିବାକୁ ଡିଏନଏ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ମିଳିଛି।

 156 total views


Leave a Reply

Your email address will not be published. Required fields are marked *