ଓଡ଼ିଶା

ଯାଜପୁର ମାଟିରୁ ବବିଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ , କହିଲେ ଗୁମାସ୍ତା ସହିତ ମିଶି ଭାବୁଛି ଓଡିଶାଟା ତା ଜାଗିର


ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜନୀତି । ଆଟାକିଂ ମୁଡରେ ଉଭୟ ଶାସକ ଓ ବିରୋଧୀ । ଆଜି ବଡଚଣାରେ ପ୍ରଚାର ସମୟରେ ଧର୍ମେନ୍ଦ୍ର ସିଧାସଳଖ ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଘେରିଛନ୍ତି । କହିଛନ୍ତି ଗୁମାସ୍ତା ତହିତ ମିଶି ଓଡିଶାକୁ ତାଙ୍କର ଜାଗିର ବୋଲି ଭାବି ଦେଇଛନ୍ତି । ଓଡିଶାକୁ ଜାଗିର ଜିଲ୍ଲା ଭାବୁଥିବା ନେତା କହିବେକି କାହିଁକି ଡାକ୍ତର ପଦବୀ ଖାଲି ପଡିଛି, ଏଙ୍ଖାକାର ଯୁବକ ରୋଜଗାର ପାଇଁ ବାହାରକୁ ଯାଉଛି । ଏମିତିକି ବ୍ଲାକ ରୋଜ ପ୍ରସଙ୍ଗ ଉଠେଇ ତଦନ୍ତ ଚାଲିଛି ଖୁବ ଶିଘ୍ର ଜେଲ ଯିବ କହିବା ପାଇଁ ମଧ୍ୟ ପଛେଇ ନଥିଲେ । ବାରମ୍ବାର କ୍ରିତଦାସ କହି ଆକ୍ଷେପ କରିଥିଲେ ଧର୍ମେନ୍ଦ୍ର । ଯେଉଁ ଯାଜପୁର ମାଟିର ବଣିଜ ମାନେ ଓଡିଶା ପାଇଁ ବୈଭବ ଆଣୁଥିଲେ ହେଲେ ଆଜି ସେହି କ୍ରିତଦାସ ଓଡିଶାର ବୈଭବକୁ ବିଦେଶୀ ମାନଙ୍କ ହାତରେ ବିକିବାକୁ ଷଡଯନ୍ତ୍ର କରୁଥିଲା ବୋଲି କହି ସିଧାସଳଖ ଘେରିଛନ୍ତି । ଆଜି ବି ଅନେକ ଘରକୁ ପିଇବା ପାଣି ପାଇପ ଯୋଗେ ଆସୁନାହିଁ , ପିଇବା ପାଣି ପାଇଁ ମୋଦୀ ସରକାର ୧୦ ହଜାର କୋଟି ଦେଇଥିଲେ ସେ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର

 121 total views


Leave a Reply

Your email address will not be published. Required fields are marked *