ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଚାଲିଗଲା ୯ ଜୀବନ
ଗତ କାଲି ଚାପ ଖେଳ ବେଳେ ପୁରୀରେ ଘଟିଛି ଦୁଃଖଦ ଘଟଣା ,ଚାପ ଖେଳ ବେଳେ ବାଣ ବିସ୍ଫୋରଣ ପାଇଁ ଚାଲିଗଲା ୩ ଜୀବନ । ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ସମୟରେ ଘଟିଛି ଘଟଣା । ଏଥିରେ ୩୦ରୁ ଅଧିକ ଆହାତ ହୋଇଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି । ଗୁରିତର ମାନଙ୍କୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଡାକ୍ତଖାନାରେ ଭର୍ତ୍ତିକରାଯାଇଛି । ଗତ କାଲି ରାତିରେ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ଆଉ ଠିକ୍ ସେହି ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ପ୍ରାଣ ବିକଳରେ ଏଣେତେଣେ ସମସ୍ତେ ଦୈଡିଥିଲେ । ଅନେକ ଲୋକ ଜୀବନ ବଞ୍ଚେଇବା ପାଇଁ ପାଣି ଭିତରକୁ ଡେଇଁ ପଡିଥିଲେ ।
ଗୁରୁତର ଓ ଆହତ ମାନଙଳ୍ୁ ପ୍ରଥମେ ପୁରୀ ବଡ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଥିଲା । ପୁରୀରେ ଏତେ ବଡ ଡାକ୍ତରଖାନା ଥିବା ସତ୍ୱେ ମଧ୍ୟ ବର୍ଣ୍ଣ ୟୁନିଟ ନଥିବାରୁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଡାକ୍ତରଖାନାକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ
ପୁରୀରେ ଘଟିଥିବା ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଃୁଖ ପ୍ରକାଶ କରିବା ସହିତ ସମସ୍ତ ଆହାତ ଓ ଗୁରୁତର ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରିଛନ୍ତି ।
37 total views