ନିଜ ସିଂଘରେ ମାଟି ତାଡିଲେ କଂଗ୍ରେସ ନେତା
ଚଳିତ ନିର୍ବାଚନ ଫଳାଫଳ ସମସ୍ତକୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଉତ୍ସାହିତ ମଧ୍ୟ କରିଛି । ରାତାରାତି ସରକାର ପରିବର୍ତ୍ତନ ହେଇ ସାରିଛି । ଭାରତୀୟ ଜନତା ପାର୍ଟି ସରକାର କରିସାରିଛି । ବିଜୁ ଜନତା ଦଳ ସରକାରରୁ ଯାଇ ସାରିଛି ହେଲେ ସମସ୍ତଙ୍କୁ ଅଧିକ ଚକିତ କରିଛି କଂଗ୍ରେସର ସଫଳତା । ସେତେ ମାତ୍ରାରେ ଅଧିକ ସଫଳତା ପାଇନଥିଲେ ସୁଦ୍ଧା ଯେତିକି ସଫଳତା ମିଳିଛି ତାହା ସମସ୍ତଙ୍କ ଦୃଷ୍ଟି ଗୋଚର କରିଛି । ଦଳ ତରଫରୁ ସେମିତି କିଛି ବିଶେଷ ସହେଯାଗ ମିଳିନଥିଲେ ମଧ୍ୟ କଂଗ୍ରେସ ରାଜ୍ୟରେ ୧୪ଟି ଆସନରେ ବିଜୟ ହାସଲ କରିଛି ।
ଇିଗତ ନିର୍ବାଚନରେ ମାତ୍ର ୯ ଟି ଆସନରେ ବିଜୟ ହାସଲ କରିଥିବା ଦଳ ଚଳିତ ନିର୍ବାଚନରେ ୧୪ ଟି ହାସଲ କରିବାରେ ସଫଳତା ହାସଲ କରିଛି । ପୁଣି ଜୟପୁରରୁ ତାରା ବାହିନୀ ପତି ଜିତିଥିବା ବେଳେ ସାନଖେମୁଣ୍ଡିରି ରମେଶ ଜେନା ବାଜି ମାରିଛନ୍ତି । କଟକରୁ ପୂର୍ବତନ କଂଗ୍ରେସ ବିଧୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋଷ ବାଜି ମାରି ନେଇଛନ୍ତି । ସେହିପରି ଚିତ୍ରକୋଣ୍ଡରୁ ମଙ୍ଗୁ ଖିଲ୍ଲା , ପଟାଙ୍ଗିରୁ ରାମ ଚନ୍ଦ୍ର କଦମ , ରାୟଗଡାରୁ କଦ୍ରକ ଆପାଲ୍ଲା ସ୍ୱାମୀ, ଲକ୍ଷୀ୍ମପୁରରୁ ପବିତ୍ର ସଉନ୍ତ , ରାଜଗାଙ୍ଗପୁରରୁ ସିଏସ ରାଜନ ଏକ୍କା , ବାସୁଦେବପୁରରୁ ଅଶୋକ ଦାସ , ଭବାନିପାଟଣାରୁ ସାଗର ଦାସ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ , ମୋହନାରୁ ଦାସରାଥୀ ଗମାଙ୍ଗ, ଗୁଣୁପୁରରୁ ସତ୍ୟଜିତ ଗମାଙ୍ଗ ଓ ବିଷମକଟକରୁ ନୀଳମାଧବ ହିକ୍କା ବାଜିମାତ କରିଛନ୍ତି ।
52 total views