ଓଡ଼ିଶା

ବିଜେଡିକୁ ହେମାଙ୍କ କଡ଼ା ସମାଲୋଚନା


ବିଜେଡ଼ି ସରକାରକୁ କଡା ନିନ୍ଦା କଲେ ଡ୍ରିମଗାର୍ଲ ହେମା ମାଳିନୀ । ଆଜି ଭୁବନେଶ୍ୱରର ସାଲିଆସାହି ଆଶୀର୍ବାଦ ସମାବେଶରେ ବିଜେଡି ସରକାରକୁ ସେ ସମାଲୋଚନା କରିଛନ୍ତି । ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି ବୋଲି ସେ କହିଛନ୍ତି । ଏହା ସାଙ୍ଗକୁ ରାଜ୍ୟ ସରକାର କିଛି କାମ କରୁ ନଥିବା ବେଳେ ଭାବୁଛନ୍ତି ବହୁ ବିକାଶ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ବିକାଶ ହୋଇନି। ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ହେମା ମାଳିନୀ ।

 76 total views


Leave a Reply

Your email address will not be published. Required fields are marked *