୧୦୦ ଦିନର ମୋହନ ସରକାର କେତେ ହରେଇଛି, କେତେ ପାଇଛି
୨୦୨୪ ସାଧାରଣ ନିର୍ବାଚନ ପରେ ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିବାରେ ସକ୍ଷମ ହୋଇଛି ଏବଂ ଏହାରି ଭିତରେ ସରକାରକୁ ୧୦୦ ଦିନ ମଧ୍ୟ ପୂରି ସାରିଛି । ହେଲେ ଏହି ସରାକାର କେତେ ପ୍ରଶଂସା ପାଇଛି ଆଉ କେତେ ନିନ୍ଦା ମୁଣ୍ଡେଇଛି ତାହାକୁ ନେଇ ହିସାବ କିତାବ ଆରମ୍ଭ ହୋଇ ସାରିଲାଣି । ରାଜ୍ୟର ମୁଖିଆଙ୍କ ସମେତ ସମସ୍ତ ମନ୍ତ୍ରୀ ମଧ୍ୟ ବୁଲି ବୁଲି ହିସାବ ଦେବାରେ ଲାଗି ପଡିଛନ୍ତି ।
୧୦୦ ଦିନ ଭିତରେ କିଛି ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ମଧ୍ୟ ସରକାର ନେଇଛନ୍ତି ଯେମିତି କି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଦେବା ପ୍ରସଙ୍ଗ ହେଉକି ରତ୍ନ ଭଣ୍ଡାର ପ୍ରସଙ୍ଗ ହେଉ । ଏମିତିକି ପୂର୍ବ ସରକାର ସମୟରେ ହୋଇଥିବା କିଛି ଦୁଃର୍ନୀତି ମଧ୍ୟ ଲୋକଲୋଚନକୁ ଆସିଛି । ସୁଭଦ୍ରା ଯୋଜନା ଭଳି ଯୋଜନା ଆରମ୍ଭ କରି ମହିଳା ଭୋଟକୁ ନିଜ ଆଡକୁ କରିବାରେ କିଛି ମାତ୍ରାରେ ସକ୍ଷମ ହୋଇଥିବା କୁହାଯାଉଛି ।
ହେଲେ ଏହାରି ଭି୍ତରେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ କାଠଗଡାରେ ଅନେକ ଥର ଛିଡା ହୋଇ ସାରିଛି ମୋହନ ସରକାର । ସେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ହେଉ କି ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ପ୍ରସଙ୍ଗ ହେଉ ।
ରଥଯାତ୍ରା ସମୟରେ ପୁରୀ ସ୍ଥିତ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କର ସହେଯାଗୀ ମିଶି ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ସହିତ ଲହୁ ଲୁହାଣ କରିଥିଲେ ହେଲେ ଏପର୍ଯ୍ୟନ୍ତ ତାହାର ତଦନ୍ତ ହୋଇ ପାରିଲା ନାହିଁ ଯାହା କି ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଭାବରେ ଏବେ ମଧ୍ୟ ଛିଡା ହୋଇ ରହିଛି । ଠିକ ସେହିଭଳି ଭରତପୁର ଥାନାରେ ଘଟିଥିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଯାହା କି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ।
41 total views