ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ କରିବାରୁ ବଦଳି
ଏଏସଓ ବୌକୁଣ୍ଠ ନାଥଙ୍କ ରାଜଭବନରୁ ଗୃହ ବିଭାଗକୁ ବଦଳି କରାଯାଇଛି । କିଛି ଦିନ ତଳେ ବୌକୁଣ୍ଠଙ୍କ ପତ୍ନୀ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ ବୌକୁଣ୍ଠଙ୍କ ଉପରେ ମରମାତ୍ମକ ଆକ୍ରମଣ କରିଥିବାର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ଫଳରେ ପରବର୍ତ୍ତି ମୁହୂର୍ତ୍ତରେ ମୁଖ୍ୟମନନ୍ତ୍ରୀଙ୍କ ହସ୍ତକ୍ଷେପରେ ବୌକୁଣ୍ଠ , ତାଙ୍କ ପତ୍ନୀଙ୍କ ମହିତ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ , ଫଳରେ ସମ୍ପୃକ୍ତ ଘଟଣାରେ ନିଶ୍ଚୟ ନ୍ୟାୟ ମିଳିବ ବୋଲି ମହାମହିମ ରାଜ୍ୟପାଲ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ନ୍ୟାୟ ମିଳିବ କଣ ତାଙ୍କୁ ଆଜି ରାଜଭବନରୁ ଗୃହବିଭାଗକୁ ବଦଳି କରାଯାଇଛି ।
ସୂଚନା ଥାଉ କି ଗତ ୭ ତାରିଖରେ ଅର୍ଥାତ ରଥଯାତ୍ରା ଦିନ ରାଜଭବନରେ କାମ କରୁଥିବା ଜଣେ ଏଏସଓ ବୌକୁଣ୍ଟ ନାଥଙ୍କୁ ମହାମହିମ ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଓ ତାଙ୍କର କିଛି ବନ୍ଧୁଙ୍କ ସହିତ ମାଡ ମାରିଥିବା ଅଭିଯୋଗ ହୋଇଥିଲା ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ରଥଯାତ୍ରାରେ ପୁରି ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ମହାମହିମ ରାଜ୍ୟପାଳଙ୍କ ପୁୁଅ ଲଲିତ କୁମାର ତାଙ୍କର କିଛି ବନ୍ଧୁଙ୍କ ସହିତ ଟ୍ରେନ ଯୋଗେ ପୁରୀ ପହଞ୍ଚିଥିଲେ । ପହଞ୍ଚିବା ପୂର୍ବରୁ ଏଏସଓଙ୍କୁ ଦୁଇଟି ବିଳାସପୂର୍ଣ୍ଣ ଗାଡି ଷ୍ଟେସନୁ ପଠେଇବାକୁ କହିଥିଲେ । ହେଲେ ଗାଡିର ଅଭାବ ଥିବାରୁ ତାଙ୍କ ପାଇଁ ଗୋଟିଏ ବିଳାସପୂର୍ଣ୍ଣ କାର ସହିତ ଗୋଚିଏ ସାଧାରଣ କାର ପଠେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ଲଲିତ କୁମାର , ତାଙ୍କର ଦୁଇ ବନ୍ଧୁ , ଦୁଇ ପିଏସଓ ଏବଂ ବ୍ୟକ୍ତିଗତ ରୋଷେୟା ମାଜ ମାରି ଲହୁ ଲୁହାଣ କରିଥିଲେ ।
ଏନେଇ ସେ ଚିଠି ମାଧ୍ୟମରେ ପ୍ରଥମେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଫଳରେ ପରବର୍ତ୍ତି ସମୟରେ ପୁରୀର ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଥିଲେ । ଭଲ ଭାବରେ ଦେଖନ୍ତୁ ଏହି ଦୁଇ ଚିଠି କୁ । ପ୍ରଥମ ଚିଠି ଟି ହେଉଛି ଯାହା ମହାମହିମ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଲେଖାଯାଇଥିଲା ଏବଂ ଦ୍ୱିତୀୟ ଟି ଟି ହେଉଛି ଯାହା ସମୁଦ୍ର କୁଳ ଥାନାରେ ଲିଖିତ ଭାବରେ ଜଣେଇଥିଲେ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ ।
256 total views