ଓଡ଼ିଶା

ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଅନ୍ତର୍ଜାତୀୟ ଯୋଗଦିବସ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଛି । ଏଥିରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଛନ୍ତି । ଯୋଗ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ । ଦୈନିକ ଅଭ୍ୟାସ ଦ୍ୱାରା ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ ବୋଲି ଶ୍ରୀମତୀ ଷଡଙ୍ଗୀ କହିଥିଲେ । 

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଲେ ଯେ ବର୍ତ୍ତମାନ ସମୟରେ ଉଭୟ ପ୍ରାତଃଭ୍ରମଣ ଓ ଯୋଗାଭ୍ୟାସ ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଆବଶ୍ୟକ । ପରିବର୍ତ୍ତିତ ଜୀବନଶୈଳୀ ସହ ତାଳଦେଇ ମଣିଷର ଶରୀରରେ ଜୈବିକ ପ୍ରକ୍ରିୟା ପରିବର୍ତ୍ତନ ହେଉଥିବାରୁ ଏକ ସୁସ୍ଥ ଜୀବନଯାପନ ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ଯୋଗ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରସ୍ଥିତ ଭାରତୀୟ ଯୋଗ ସଂସ୍ଥାନ ମମତା ମିଶ୍ର ଏବଂ ତାଙ୍କ ସାଥି ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଯୋଗଶିକ୍ଷା ପ୍ରଦାନ କରିଥିଲେ । ପ୍ରାତଃଭ୍ରମଣରେ ଆସିଥିବା ସବୁବର୍ଗର ବ୍ୟକ୍ତିବିଶେଷ ଏହି ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଭୁବନେଶ୍ୱର ଶାଖା ପ୍ରତ୍ନତତ୍ତ୍ୱ ବିଭାଗ ତତ୍ତ୍ୱାବଧାରକ ଡ. ନନ୍ଦକିଶୋର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଉପ ତତ୍ତ୍ୱାବଧାରକ ଡ. ସୁଶାନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

 44 total views


Leave a Reply

Your email address will not be published. Required fields are marked *