ଓଡ଼ିଶା

ଜଗଦେବଙ୍କୁ ଜେଲ୍ , ସୁଶାନ୍ତଙ୍କୁ ନୋଟିସ



ପ୍ରଶାନ୍ତ ଜଗଦେବଙ୍କୁ ରିରଫ ପରେ ଜୋର ଧରିଲାଣି ରାଜନୀତି । ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ନିଜ ନିଜ ଉପରେ ଦୋଷ ଲଦା ଲଦି ଆରମ୍ଭ କରିଦେଇଛନ୍ତି । ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ଏନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସମୀର କହିଛନ୍ତି ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କୌଣସୀ ଠୋସ ପ୍ରମାଣ ନଥାଇ ତାଙ୍କୁ ଗିରଫ କରାଯାଇଛି ହେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ସେ କେଉଁଭଳି ଭାବରେ ଭୋଟରଙ୍କୁ ଆକ୍ରମଣ କରିଛନ୍ତି ହେଲେ ତାଙ୍କୁ ଗୋଟିଏ ନୋଟିସ ଦେଇ ଛାଡି ଦିଆଯାଇଛି । ଏହା କଣ ରାଜ୍ୟସରକାରଙ୍କ ନ୍ୟାୟ କି ବୋଲି ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ସମୀରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ଇପ୍ସିତା କହିଛନ୍ତି ବିଜେପି ସବୁବେଳେ ଗୁଣ୍ଡା ମାନାଙ୍କୁ ପ୍ରଶ୍ରୟ ଦେଇଆସିଛି । ପ୍ରଶାନ୍ତ ଜଗଦେବ ପୂର୍ବରୁ ମଧ୍ୟ ଚିଲିକାରେ ସୋକଙ୍କ ଉପରେ ଗାଢି ଚଢେଇବା ପାଇଁ ଚେଷ୍ଟା କରିଥିବା ଭଳି ଘଟଣା ଘଟେଇଛନ୍ତି । ଭୋଟିଂ ଦିନ ମଧ୍ୟ ସେ ବୁଥରେ ଯେଉଁ କାଣ୍ଡ ଘଟେଇଲେ ତାହା ନିନ୍ଦନୀୟ । ସେଠାରେ ଘଟିଥିବା ଅପ୍ରିତିକର ପରିସ୍ଥିତି ପାଇଁ ସାଧାରଣ ଭୋଟର ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇଛନ୍ତି

 63 total views


Leave a Reply

Your email address will not be published. Required fields are marked *