ରାଜ୍ୟରେ ଅଂଶୁଘାତ ନେଉଛି ଜୀବନ !
ଗତକାଲି ଠାରୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁର ଖବର ବେଶ ଚର୍ଚ୍ଚାରେ ରହିଛି । ଗତ କାଲି ଠାରୁ ରାଜ୍ୟର ଅନେକ ଜିଲ୍ଲାରୁ ଅଂଶୁଘାତ ଜନିତ ମୃତ୍ୟୁ ଘଙ୍କିଥିବା ନେଇ ଖବର ଆସୁଛି । ପଶ୍ଚିମ ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ଲହରି । ଏହାରି ଭିତରେ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଅଂଶୁଘାତ ନେଲାଣି ୪୩ ଜୀବନ ! ମୁଖ୍ୟତଃ ଶ୍ରମୀକ ଶ୍ରେଣୀର ଲୋକଙ୍କ ଜୀବନ ଯାଇବଥିବା ଖବର ଆସୁଛି । ରାଜ୍ୟ ସରକାରଙ୍କ ଗାଇଡ ଲାଇନ ମାନୁ ନାହାନ୍ତି ମାଲିକ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କାମ ଜାରି ରହୁଥିବା ଦେଖିବାକୁ ମିଳୁଛି । ରାଉରକେଲା ଓ ସୁନ୍ଦରଗଡର୍ ଫେକ୍ଟ ଫାଇନଡିଂ ଟିମ ତଦନ୍ତ କରୁଛି ।
୪୩ ଜଣଙ୍କ ମୃତ୍ୟୁ ଭିତରେ କେବଳ ରାଉରକେଲା ଆରଜିଏଚରେ ୧୨ ଜଣଙ୍କ ଜୀବନ ଠିକ୍ ସେହିଭଳି ସୁନ୍ଦରଗଡରେ ୭ ଜଣଙ୍କ ମୃଥ୍ୟ ହୋଇଛି । ସେହିପରି ସୋନପୁର, ବରଗଡ , ଝାରସୁଗୁଡା ଅଞ୍ଚଳରୁ ମଧ୍ୟ ମୃତ୍ୟୁ ଖବର ଆସୁଛି ।
49 total views