ପ୍ରକାଶ ପାଇଲା ମେଟ୍ରିକ ପରିକ୍ଷା ଫଳ। ରାଜ୍ୟରେ ରହିଛି ୯୬.୦୭ ପ୍ରତିଶତ ପାସ୍ ହାର ।
ପ୍ରକାଶ ପାଇଲା ମେଟ୍ରିକ ପରିକ୍ଷା ଫଳ । ରାଜ୍ୟରେ ରହିଛି ୯୬.୦୭ ପ୍ରତିଶତ ପାସ୍ ହାର । ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । କୌଣସି ସ୍କୁଲରେ ପାସ ହାର ଜିରୋ ରହି ନାହିଁ । ମୋଟ ୫ ଲକ୍ଷ ୩୦ ହଜାର ୧୫୩ ପରୀକ୍ଷାର୍ଥୀ ପାସ କରିଛନ୍ତି । ଛାତ୍ରୀଙ୍କ ପାସ ହାର ୯୬.୭୩ ରହିଥିବା ବେଳ ଛାତ୍ରଙ୍କ ପାସ ହାର ରହିଛି ୯୫.୩୯ ପ୍ରତିଶତ । ପାସ ହାରରେ ଖୋର୍ଦ୍ଧା ସବୁଠାରୁ ଆଗରେ ରହିଥିବା ବେଳେ ସବୁଠାରୁ ପଛରେ ନୂଆପଡା ରହିଛି । କଟକରେ ପାସହାର ୯୭.୫୮ ରହିଥିବା ବେଳେ ନୂଆପଡାରେ ରହିଛି ୯୩.୯୧ ପ୍ରତିଶତ । ସର୍ବାଧିକ ଖୋର୍ଦ୍ଧାରେ ୯୭.୯୮ ପ୍ରତିଶତ ପାସ ହାର ରହିଛି ।
ସମସ୍ତ ଛାତ୍ରଛାତ୍ରୀ ଅନଲାଇଲ ମାଧ୍ୟମରେ ନିଜର ଫଳାଫଳ ଦେଖି ପାରିବେ । www.bseodisha ମାଧ୍ୟମରେ ଦିନ ୧୧:୩୦ରୁ ୱେବସାଇଟ ମୀଧ୍ୟମରେ ନିଜର ଫଳାଫଳ ଜାଣି ପାରିବେ । ଯେଉଁ ଅଞ୍ଚଳରେ ନେଟସ୍ୱାର୍କ ନେଇ ସମସ୍ୟା ରହିଥିବ ସେମାମେ ଝଗଝ ମାଧ୍ୟମରେ ନିଜର ରେଜଲ୍ଟ ଜାଣିପାରିବେ । ଏଥିପାଇଁ ସେମାନଙ୍କୁ OR10<Roll No> ଟାଇପ କରି 5676750 ନମ୍ବରକୁ ଝଗଝ ପଠେଇ ନିଜର ରେଜଲ୍ଟ ଜାଣିପାରିବେ । ସଂଧ୍ୟା ୪ଟା ପରେ ୱେବସାଇଟ ମାଦ୍ୟମରେ ନହେଲେ ହ୍ୱାଟସଅପ୍ ଜରିଆରେ ନିଦର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ସେଥିପାଇଁ ବୋର୍ଡ ତରଫରୁ ଏକ ହ୍ୱାଟସଅପ ନମ୍ବର ମଧ୍ୟ ଜାରି କରାଯାଇଛି । ନମ୍ବର ଟି ହେଲା 7710058192 ।
ଠିକ୍ ସେହିପରି ମଧ୍ୟମାରେ ମଧ୍ୟ ପାସହାର ୯୮.୧୨ ପ୍ରତିଶତ ରହିଛି ।
91 total views