ରଘୁବରଙ୍କ ପାଇଁ ବେକ୍ଫୁଟରେ ମୋହନ ସରକାର
ପ୍ରଥମ ଥର କରି ରାଜ୍ୟରେ ସରକାର ଗଢିଥିବା ବିଜେପି ସରକାର ପାଇଁ ଏବେ ରାଜ୍ୟପାଳ ରଘୁବର ଦାସ କଣ୍ଟା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଚଳିତ ବିଧାନସଭାରେ ସବୁଠାରୁ ବଡ ପ୍ରସଙ୍ଗ ହୋଇ ଛିଡା ହୋଇଛି ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଜଣେ ଡ୍ୟୁଟିରେ ଥିବା ସରକାରୀ ଅଧିକାରୀଙ୍କୁ ମାଡ ମାରିବା । ଯାହାକୁ ବିରୋଧୀ ଏବେ ସବୁଠାରୁ ବଡ ପ୍ରସଙ୍ଗ କରି ମୋହନ ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଏବେ ରାଜ୍ୟ ବିଜେପିର ଓଡିଆ ଅସ୍ମିତା କୁଆଡେ ଗଲା ? ଯେଉଁ ଓଡିଆ ଅସ୍ମିତାକୁ ସବୁଠାରୁ ବଡ ପ୍ରସଙ୍ଗ କରି ରାଜ୍ୟରେ ବିଜେପି ସରକାର କରିଥିଲା ଏବେ ସେହି ପ୍ରସଙ୍ଗରେ ହିଁ ବିଧାନସଭାରେ ବେକ୍ଫୁଟକୁ ଚାଲି ଯାଇଛି । ବଜେଟ ଅଧିବେଶନର ପ୍ରଥମ ଦିନରୁ ହିଁ ବିଜେଡି ଏହାକୁ ମୁଦ୍ଦା କରି ରାଜ୍ୟ ସରକାରକୁ ଘେରି ଆସିଛି । ଏମିତି କି ଏହି ପ୍ରସଙ୍ଗ ଉଠେଇ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ତ୍ୟାଗ କରିଥିଲେ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ସବୁ ନେତା । କଂଗ୍ରେସ ମଧ୍ୟ ଏଏସଓକୁ ମାଡ ପ୍ରସଙ୍ଗ ଉଠେଇ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବା ପାଇଁ ଦାବି କରିଛି ।
ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇ କହିଥିଲେ ସେ ସରକାରରେ ଥିବା ସମୟରେ ତାଙ୍କ ଦଳର ନେତାଙ୍କୁ ମଧ୍ୟ ଛାଡି ନଥିଲେ ହେଲେ ଏବେ ବିଜେପି କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି କହିଛନ୍ତି ।
କୁହାଯାଏ ଓଡିଶାରେ ବିଜେପି ନିର୍ବାଚନ ଜିତିବା ପଛରେ ରାଜ୍ୟପାଳ ରଘୁବର ଦାସଙ୍କର ଗୋଟିଏ ବଡ ଭୂମିକା ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟପାଳ ପୁରା ରାଜ୍ୟ ପରିଭ୍ରମମ କରି ବିଜେଚି ସରକାରର ଅନେକ ଦୁର୍ନିତୀ ଲୋକଙ୍କ ସାମ୍ନାକୁ ଆଣିଥିଲେ । ହେଲେ ଆଜି ସେହି ରଘୁବର ଦାସଙ୍କ ପାଇଁ ରାଜ୍ୟରେ ଚାଲିଥିବା ବିଧାନସଭା ଅଧିବେଶନରେ ମୋହନ ମାଝୀଙ୍କ ସରକାର ବେକ୍ଫୁଟରେ ରହିଥିବା ଦେଖିବାକୁ ମିଳିଛି ।
ନିଜେ ରାଜ୍ୟପାଳଙ୍କ ପୁଅ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ବେଳେ କେମିତି ରାଜ୍ୟପାଳଙ୍କ ଅଫିସ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ? ଘଟଣାର ତଦନ୍ତ ପୋଲିସ ବିଭାଗ କରିବା କଥା ହେଲେ ଜିଲ୍ଲାପାଳଙ୍କୁ କାହିଁକି କୁହାଗଲା ? ଜିଲ୍ଲପାଳ କେବେଠାରୁ ଆଇଆଇସି ହେଲେଣି କିଛି ବରିଷ୍ଠ ସାମ୍ବାଦିକ ପ୍ରଶ୍ନ କରିଛନ୍ତି ।
128 total views