ରାଜ୍ୟ କାର୍ଯ୍ୟାଳୟରେ ନଡ୍ଡାଙ୍କ ଋଦ୍ଧଦ୍ୱାର ବୈଠକ
ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଋଦ୍ଧଦ୍ୱାର ବୈଠକ କରିଛନ୍ତି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହିତ ଆଲୋଚନା କରିଛନ୍ତି ନଡ୍ଡା । ଏହି ବୈଠଳରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସହିତ ଦଲର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନକୁ ଋଣନୀତି ପ୍ରସ୍ତୁତ କରିବେ ନଡ୍ଡା ।
ସେପଟେ ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ମାରାଥନ ପ୍ରଚାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ସେ କହିଛନ୍ତି, ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାର ପାଇଁ ଲୋକ ମନସ୍ଥ କରିଛନ୍ତି । ବିକାଶବାଦର ରାଜନୀତିକୁ ମୋଦି ଆଗକୁ ବଢ଼ାଇଛନ୍ତି । ବିଜେଡି ସରକାର ଗରିବ, ଆଦିବାସୀଙ୍କୁ ବହୁତ କଷ୍ଟ ଦେଇଛନ୍ତି । ଆଦିବାସୀ ଯୁବକ ଦୁଇ ଓଳି ଖାଇବାକୁ ବାହାରକୁ ପଳାଉଛନ୍ତି ବୋଲି କହିଛନ୍ତି ନଡ୍ଡା ।
ସେହିପରି ସେ ଆହୁରି କହିଛନ୍ତି ଯେ, ଏଣିକି ବିଜୁଳି ବିଲ୍ ଶୂନ ହୋଇଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ବନ୍ଦନ ଯୋଜନାରେ ବିଜୁଳି ବିଲ୍ ଶୂନ ହେବ । ରାଜ୍ୟ ସରକାରଙ୍କ ଉପରେ ବର୍ଷି ନଡ୍ଡା କହିଛନ୍ତି, ‘ଓଡ଼ିଶା ପ୍ରଶାସନକୁ ଚଳାଇବାକୁ କ’ଣ ଓଡ଼ିଶା ଲୋକ ନାହାନ୍ତି। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ କରିଦିଆଯାଇଛି। ବିଜେପି ସରକାର ଆସିଲେ ଓଡ଼ିଶାର ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏଭଳି ବ୍ୟବସ୍ଥାକୁ ବରଦାସ୍ତ କରନ୍ତୁନି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଅନ୍ୟପକ୍ଷରେ କରଞ୍ଜିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଧାମନଗର ସଭାରେ ନିଜର ଅଭିଭାଷଣ ରଖିଥିଲେ ଜେପି ନଡ୍ଡା । ଧାମନଗରରେ ବିଜେଡିକୁ ଟାର୍ଗେଟ କରିଛନ୍ତି ନଡ୍ଡା । ଓଡ଼ିଶାର ୨୧ ଲୋକସଭାରେ ବିଜେପିକୁ ଜିତାଇବାକୁ ଲୋକ ମନସ୍ଥ କରିସାରିଲେଣି ବୋଲି ଧାମନଗରରେ ମଧ୍ୟ ଦୋହରାଇଥିଲେ ନଡ୍ଡା । ସେହିପରି ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି । ବିଜେଡିକୁ ଛୁଟି ଦେବାକୁ ଓଡ଼ିଶାବାସୀ ସଂକଳ୍ପ କରିଛନ୍ତି । ବିରୋଧୀ ତୁଷ୍ଟୀକରଣର ରାଜନୀତି କରୁଛନ୍ତି । ମୋଦି ସବ୍କା ସାଥ୍, ସବ୍କା ବିକାଶରେ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।
67 total views