LatestPoliticsଓଡ଼ିଶା

ବଜେଟରେ ଓଡିଶା ନିରାଶ !


ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇଛି । ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ଏହି ବଜେଟରେ ଓଡିଶାର ଦୁଇ ପାର୍ଶ୍ଵବର୍ତ୍ତୀ ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ଅର୍ଥ ଅଜାଡି ଦେଇଥିବା ବେଳେ ଓଡିଶା ପାଇଁ ସେମିତି କିଛି ଖାସ ନାହିଁ । ବିହାରକୁ ରୋଡ଼ ପ୍ରଜେକ୍ଟ ପାଇଁ ୨୬ ହଜାର କୋଟି ଟଙ୍କାର ସହାୟତା କରାଯାଇଥିବା ବେଳେ ପାୱାର ପ୍ଲାଣ୍ଟ ପାଇଁ ୨୧ ହଜାର କୋଟିର ସହାୟତା ଯୋଗାଇ ଦିଆଯିବ । ଠିକ୍ ସେହିଭଳି ପୋଲ୍ଲାଭରମ୍ ପ୍ରୋଜେକ୍ଟ ପାଇଁ ୧୫ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ । ଚଳିତ ବଜେଟରେ କିନ୍ତୁ ଓଡିଶା ପାଇଁ ସେମିତି କିଛି ବଡ଼ ଘୋଷଣା କରାଯାଇନାହିଁ ।
କୁହାଯାଉଛି ରାଜନୈତିକ ସହଯୋଗୀଙ୍କୁ ସହାୟତା କଲା ଭଳି ବଜେଟ ତିଆରି କରିଛନ୍ତି କେନ୍ଦ୍ର ସରକାର । ୨୦୨୪ ସାଧାରଣ ନିର୍ବାଚନରେ ଚଦ୍ରବାବୁ ନାଇଡୁ ଓ ନିତିଶ କୁମାରଙ୍କ ସହାୟତାରେ ଏନଡିଏ ସରକାର କରିଛି । ସେଥିପାଇଁ ଉଭୟ ବିହାର ଓ ମଧ୍ୟପ୍ରଦେଶକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇ ଦିଆଯାଇଥିବା ଅନୁମେୟ ।
ଯଦି ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ସଂସଦକୁ ଯାଇ ନଥାନ୍ତେ ତାହାଲେ ହୁଏତ ବିଜେପି ସରକାର କରିବାରେ ଅସଫଳ ହୋଇଥାନ୍ତା । ହେଲେ ଯେଉଁ ରାଜ୍ୟ ୨୧ ରୁ ୨୦ ଜଣ ସାଂସଦ ଦେଲା ତାହାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତିି ଉଭୟ ବିଜେଡି ଓ କଂଗ୍ରେସ ।
ଓଡିଶାରୁ ଖଣି ପାଇଁ କେନ୍ଦ୍ରକୁ ପ୍ରାୟ ୧ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ମିଳୁଥିବା ବେଳେ ରେଲୱେରୁ ୪୦ ହଜାର କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ପାଖକୁ ଯାଉଛି । ଏହା ସତ୍ତ୍ୱେ ଓଡିଶାକୁ ଅଣଦେଖା କରିବା ଦୁଃର୍ଭାଗ୍ୟଜନକ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଜି ବି ଏକ ଗରୀବ ରାଜ୍ୟ । ଦାଦନ ଖଟିବାରେ ମଧ୍ୟ ୧ ନଂ ଓଡ଼ିଶା । ଆଜି ବି ଓଡ଼ିଶାରେ ଅନେକ ସ୍ଥାନରେ କୁପୋଷଣ, ଖାଦ୍ୟାଭାବ ପାଇଁ ମୃତ୍ୟୁର ଖବର ଗଣମାଧ୍ୟମରେ ଆଗରେ ରହୁଛି । ତଥାପି ବଜେଟରେ ଓଡିଶାକୁ ଅବହେଳା କରାଯାଇଛି ତାହା ନିଃସନ୍ଦେହ ।
ଓଡିଶାର ଶୀର୍ଷ ନେତୃତ୍ୱ ସବୁବେଳେ କହୁଥିଲେ ବଜେଟ ଆସିଲେ ଓଡ଼ିଶାକୁ ବହୁତ କିଛି ମିଳିବ ହେଲେ ତାହା ଆଜି ଭୁଲ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଯେଉଁ ପୋଲ୍ଲାଭରମ ପ୍ରକଲ୍ପ ପାଇଁ ଓଡିଶା କ୍ଷତି ସହିବ ତା’ପାଇଁ କେନ୍ଦ୍ର ଅନୁଦାନ କରିଥିବାରୁ ଏହାକୁ ବିରୋଧ କରିଛନ୍ତି ବିରୋଧୀ । ପୋଲ୍ଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳର ଲୋକେ ବିସ୍ଥାପିତ ହେବା ସହିତ ଅନେକ ଅଞ୍ଚଳ ବୁଡ଼ିଯିବ, ସେଥିପାଇଁ ଏହି ପ୍ରୋଜେକ୍ଟକୁ ସବୁବେଳେ ବିଗତ ବିଜେଡି ସରକାର ବିରୋଧ କରି ଆସୁଥିଲା । ହେଲେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିଲେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ଅର୍ଥରାଶି ବଜେଟରେ ମୋହର ମିଳିଛି । କେନ୍ଦ୍ରର ଏହି ବଜେଟ ରାଜ୍ୟରେ ବିଜେପି ସରକାରଙ୍କୁ ହରଡଘଣାରେ ପକେଇ ପାରେ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ବଜେଟରେ ଓଡିଶା ପାଇଁ ସେମିତି ବିଶେଷ କିଛି ନଥିବାରୁ ବଜେଟ ସେଶନ ଅଧାରୁ ଗୃହ ତ୍ୟାଗ କରିଥିଲେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ।

 101 total views


Leave a Reply

Your email address will not be published. Required fields are marked *