ଓଡ଼ିଶା

ବିଜେପିର ୱାରରୁମ୍ ପାଲଟିଛି ଓଡିଶା ରାଜଭବନ !


ଖୁବଶୀଘ୍ର ଝାଡଖଣ୍ଡରେ ନିର୍ବାଚନ ହେବାକୁ ଯାଉଛି ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ଓଡିଶା ରାଜ୍ୟପାଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛି । କଂଗ୍ରେସ କହିଛି ଓଡିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦବୀ ଓ କ୍ଷମତାର ଦୁରୂପଯୋଗ କରୁଛନ୍ତି ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଇଛି ।
ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ସକ୍ରିୟ ଭାବେ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି । ସେ ଜାମସେଦପୁର-ପୂର୍ବ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ତାଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଜାମସେଦପୁର-ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବୁଥ୍ କମିଟି ସଦସ୍ୟଙ୍କ ସହ ରାଜ୍ୟପାଳ ଶ୍ରୀ ଦାସ କ୍ରମାଗତ ବୈଠକ କରୁଥିବା ନେଇ ଫଟୋ ଓ ଖବରମାନ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଉଛି । ସୋସିଆଲ ମିଡିଆରେ ମଧ୍ୟ ଏସବୁ ଫଟୋ ଓ ଖବର ଉପଲବ୍ଧ ଅଛି । ତେବେ ଓଡ଼ିଶାର ରାଜ୍ୟପାଳ ଭଳି ଏକ ସମ୍ବିଧାନିକ ପଦବୀରେ ଥିବା ଶ୍ରୀ ଦାସ କାହିଁକି ଜାମସେଦପୁର-ପୂର୍ବ ବିଧାନସଭା କ୍ଷେତ୍ରର ବୁଥସ୍ତରୀୟ ବୈଠକରେ ସାମିଲ ହେଉଛନ୍ତି ତାହା ସ୍ପଷ୍ଟ କରିବା ଦରକାର ।

 7 total views


Leave a Reply

Your email address will not be published. Required fields are marked *