ଦ୍ୱିତୀୟ ଦିନରେ ପୁଣି ଉଠିଲା ଏଏସଓ ପ୍ରସଙ୍ଗ, ଗୃହ ଛାଡିଲେ ବିରୋଧୀ
ଆଜି ବଜେô ଅଧିବେଶନର ଦ୍ୱିତୀୟଦିନରେ ପୁଣି ବିରୋଧୀ ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ନେଇ ବାଚସ୍ପତ୍ତି ଙ୍କ ପୋଡିୟମ ତଳେ ହୋ ହାଲ୍ଲା କରିଛନ୍ତି । ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ଘଟଣା ବିଗତ ୭ ତାରିକରୁ ଘଙ୍କିତିଲେ ସୁଦ୍ଧା ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ଅନ୍ୟପଟେ ଓଡିଆ ଅସ୍ମିତା କହୁଥିବା ବିଜେପି ସରକାର ଗୃହରେ ମହାମହିମ ରାଜ୍ୟପାଳ କାହିଁକି ହିନ୍ଦୀରେ ବିବୃତ୍ତି ରଖିଲେ ବୋଲି ଗତକାଲି ପ୍ରଶ୍ନ କରିଥିଲା ବିଜେଡି ।
ଯାହାର ଜବାବ ଆଜି ରଖିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । କହିଛନ୍ତି ଗତକାଲି ବିରୋଧୀ ଦଳ ନେତା କେଉଁ ଭାଷାରେ ଗୃହରେ ବିବୃତ୍ତି ରଖିଲେ ଏବଂ ଗଣମାଧ୍ୟମକୁ କେଉଁ ଭାଷାରେ ପ୍ରତିକ୍ରୀୟା ଦେଲେ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ଓଡିଆ ଅସ୍ମିତାର କଥା କହୁଥିବା ବେଳେ ତାଙ୍କ ଦଳର ନେତା ଆଜି ପଯନ୍ନ୍ ଓଡିଆ କହିପାରିଲେ ନାହିଁ ବୋଲି କଙ୍କାକ୍ଷ କରିଛି ବିଜେପି । ବିଗତ ୨୪ ବର୍ଷ ହେବ ଜଣେ ଅଣଓଡିଆ ହାତରେ ଯିଏ ଶାସନଭାର ଟେକି ଦେଇଥିଲା ଆଜି ସେ ଓଡିଆ ଅସ୍ମିତା କଥା କହୁଛି ।
69 total views