ଆଳୁ ଓ ରାଜନୀତି
ଏବେ ଓଡିଶାରେ ଆଳୁ ସଙ୍କଟ ଦେଖା ଦେଲାଣି । ପଶ୍ଚିମବଙ୍ଗରୁ ଆଳୁ ଓଡିଶାକୁ ଆସୁନି । ଅନ୍ୟପଟେ ବୋର୍ଡରରୁ ଫେରିଯାଉଛି ଆଳୁ ବୋଝେଇ ଟ୍ରକ । ଆଉ ଏହାରି ଭିତରେ ଏବେ ଆଳୁକୁ ନେଇ ରାଜ୍ୟ ରାଜନୀତି ସରଗରମ । ଉଭୟ ବିଜେଡି ଓ ବିଜେପି ନିଜ ନିଜ ଉପରେ ଦୋଷ ଲଦାଲଦି ଆରମ୍ଭ କରିଦେଇଛନ୍ତି । ହେଲେ ଏହାରି ଭିତରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ତାହା ହେଲା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ।
ରାଜ୍ୟରେ ଦେଖା ଦେଇଥିବା ଆଳୁ ସଙ୍କଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କେମିତି ଓଡିଶାରେ ଆଳୁ ସଙ୍କଟ ଦେଖାଦେଲାଣି ସେଥିପାଇଁ ଆପଣ ନିଜେ ଏହି ଘଟଣାକୁ ଗୁରୁତର ସହିତ ନେଇ ସମାଧାମ କରନ୍ତୁ । ଆଳୁ ହେଉଛି ଏମିତି ଏକ ପରିବା ଯାହା ସମସ୍ତ ବର୍ଗର ଲୋକଙ୍କୁ ଦରକାର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତେଣୁ ଖୁବ ଶୀଘ୍ର ଏହାର ସାମାଧାନର ବାଟ ବାହାର କରିବା ସହିତ ଓଡିଶା ଲୋକଙ୍କୁ ଆଳୁ ଯୋଗାଇ ଦେବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ।
ନବୀନଙ୍କ ଏହି ଚିଠି ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଶାସକ ଦଳର ନେତା ଏହି ପ୍ରସଙ୍ଗରେ ନବୀନଙ୍କୁ ଘେରିଛନ୍ତି ଏମିତି କି ସେ କିଏ ଚିଠି ଲେଖିବା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହା ସହିତ ଖୁବ ଶିଘ୍ର ଓଡିଶାକୁ ଆଳୁ ଆସିବ ବୋଲି ମଧ୍ୟ ନିଜ ପ୍ରତିକ୍ରୀୟାରେ କହିଛନ୍ତି । ଯଦି ପଶ୍ଚିମବଙ୍ଗ ଆଳୁ ନଦିଏ ତାହେଲେ ଉତ୍ତର ପ୍ରଦେଶରୁ ଆଳୁ ଅଣାଯିବ ବୋଲି କହିଛନ୍ତି ।
ହେଲେ ସବୁଠାରୁ ବଡ ପ୍ରଶ୍ନ ଏମିତି ପରିସ୍ଥିତି ରାଜ୍ୟରେ ଉପୁଜିଲା କାହିଁକି ? ଯାହା ଏତେ ବର୍ଷରେ ଦେଖାଯାଇ ନଥିଲା ଏବେ କାହିଁକି ଦେଖାଗଲା ? ଆଗରୁ କେବେ ପଶ୍ଚିମବଙ୍ଗ ଆଳୁ ଦେବା ପାଇଁ ମନା କରି ନଥିଲା ଏବେ କାହିଁକି କଲା ?
ଏହା ସହିତ ସମସ୍ତ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ , ନବୀନ ପଟ୍ଟନାୟକ ୨୪ ବର୍ଷ ହେବ ରାଜ୍ୟରେ ସରକାରରେ ଥିଲେ । ଏ ସମୟରେ ଆଳୁ ମିଶନ କରି ଫେଲ ମାରିଥିଲେ । ରାଜ୍ୟରେ ଗୋଟିଏ ବି କୋଲ୍ଡ ଷ୍ଟୋରେଜ କରି ପାରିଲେ ନାହିଁ । ହୁଏତ ଆଜି ଯଦି କୋଲ୍ଡ ଷ୍ଟୋରେଜ କରିଥାନ୍ତେ ତାହେଲେ ଚିଠି ଲେଖିବାକୁ ପଡି ନଥାନ୍ତା ।
75 total views