ବନ୍ଧା ହେଲେ ବାହୁବଲି ବିଧାୟକ ପ୍ରଶାନ୍ତ ଜଗଦେବ
ମହଙ୍ଗା ପଡିଲା ଇଭିଏମ ଭାଙ୍ଗିବା । ଗିରଫ ହେଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରର୍ଥୀ ପ୍ରଶାନ୍ତ ଜଗଦେବ । ଗତକାଲି ବେଗୁନିଆ ଅନ୍ତର୍ଗତ କାଉଁରିପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ ସହିତ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ପୋଲିସ । ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠେଇ ଦିଆଯାଇଛି । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍ରୁ ଗିରଫ କରିଛି ପୋଲିସ ।
76 total views