ଓଡ଼ିଶା

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ


ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ । ଏଠି ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69 ହଜାର 887 । ମହିଳା ଭୋଟର ଙ୍କ ସଂଖ୍ୟା 39 ଲକ୍ଷ 45 ହଜାର । ପୁରୁଷ ଭୋଟ ର 40 ଲକ୍ଷ 33 ହଜାର 992 । ତୁତୀୟ ଲିଙ୍ଗ ଭୋଟର 851 । ଏହି ସ୍ଥାନରେ 9162 ଟି ମତଦାନ କେନ୍ଦ୍ର ରହିବ । 1041 ଟି ବୁଥ ମହିଳା ପୁଲିଂ କର୍ମଚାରୀ ଙ୍କ ଦ୍ଵାରା ପରିଚାଳିତ । 25 ଟି ବୁଥ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ ।1541 ଆଦର୍ଶ ବୁଥ ହେବ। 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସବୁଠାରୁ ଅଧିକ କନ୍ଧମାଳ 22 , ଗଞ୍ଜାମ ରେ 20 ସୁନ୍ଦରଗଡ 16, ବଲାଙ୍ଗୀର ଓ ବରଗଡ଼ ରେ 14 ଲେଖାଏଁଝାରସୁଗୁଡା ଓ ବୌଦ୍ଧ 5 ଲେଖାଏଁ, ସୁବର୍ଣ୍ଣପୁର 4 ,ନୟାଗଡ଼ ରେ 2 ଟି ବୁଥ ରହିଛି। 35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପାର୍ଥି ରହିଛନ୍ତି । ସେଥି ମଧ୍ୟରୁ 41 ଜଣ ମହିଳା ପ୍ରାଥି । 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାଥି ରହିଛନ୍ତି। ରାଜ୍ୟରେ ମୋଟ 254 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଜବତ ଟଙ୍କାର ତଥ୍ୟ କ୍ୟାସ 17 କୋଟି 18 ଲକ୍ଷ31 ଲକ୍ଷ ଲିଟର ମଦ ଜବତ73 କୋଟି ଟଙ୍କାର ଡ୍ରଗସ୍ ଜବତ 14 କୋଟି ର ସୁନାଗହଣା ଜବତସବୁଠାରୁ ଅଧିକ ବରଗଡ଼ରେ 1 କୋଟି 26 ଲକ୍ଷ ଟଙ୍କା କ୍ୟାସ ଏବଂ 80 ଲକ୍ଷ ଟଙ୍କା ର ମଦ ଜବତ ହୋଇଛି । କନ୍ଧମାଳ ରେ 36 ଲକ୍ଷ । ଆସ୍କା 13 ଲକ୍ଷ ଟଙ୍କା ଜବତ ।ଲାଇଭ ଷ୍ଟ୍ରିମିଙ୍ଗ 60 ପ୍ରତିଶତ ବୁଥ ରେ ହେବ। ଖଲିକୋଟି ହିଂସା ଘଟଣା ରେ ମାମଲା ପଞ୍ଜିକରଣ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । eci ଡ଼ିଜିପି ଙ୍କୁ ରିପୋର୍ଟ ତଲବ କରିଥିଲେ ଗତକାଲି ଡ଼ିଜିପି ରିପୋର୍ଟ ଦାଖଲ କରି ସାରିଛନ୍ତି । ଭୋଟ ପାଇଁ ଆଡ଼ିସିନାଲ ଡ଼ିଜି ରାଙ୍କ ର ଅଫିସର ଙ୍କୁ ନିଯୁକ୍ତି କରାଯାଇଛି ।

 1,559 total views


Leave a Reply

Your email address will not be published. Required fields are marked *