ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରିଶଭଙ୍କ ଦମଦାର ପ୍ରଦର୍ଶନ
ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରିଶଭଙ୍କ ଦମଦାର ପ୍ରଦର୍ଶନ
ଦୀର୍ଘ ଦେଢ଼ ବର୍ଷର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ
ଚଳିତ ଟି ୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳର ତାର ଅଭ୍ୟାସ ମ୍ୟାଚ୍ ବଙ୍ଗଳାଦେଶ ବିପକ୍ଷରେ ଖେଳିଛି। ଏହି ମ୍ୟାଚ୍ କୁ ଭାରତ ୬୦ ରନରେ ମଧ୍ୟ ଜିତି ନେଇଛି। ସମସ୍ତଙ୍କ ନଜର ରହିଥିଲା ରିଶଭଙ୍କ ଉପରେ । ଦୀର୍ଘ ଦେଢ଼ ବର୍ଷର ବ୍ୟବଧାନ ପରେ ଭାରତୀୟ ଜର୍ଶିରେ ନଜର ଆସିଥିଲେ ରିସଭ। ଦୁର୍ଘଟଣା ପରେ ରସଭଙ୍କ ପ୍ରଦର୍ଶନ କେମିତି ରହିବ ସେନେଇ ସମସ୍ତଙ୍କ ନଜର ରହିଥିଲା। ହେଲେ ଗତ କାଲିର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ୧୬୫.୬୨ ଷ୍ଟ୍ରାଇକ ରେଟ ସହିତ ୩୨ ବଲରେ ୫୩ ରନର ଇନିଂସ ଯେଉଁଥିରେ ୪ ଟି ଚୌକା ଓ ୪ ଟି ଛକା ସାମିଲ ହେଇଛି। ଏହା ସହିତ ରୋହିତ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଯେ ରିସଭ୍ ଚଳିତ ବିଶ୍ୱକପରେ ତୃତୀୟ ସ୍ଥାନରେ ଖେଳିବେ।
ଅନ୍ୟପଟେ ରିସଭଙ୍କ ସହିତ ହାର୍ଦ୍ଦିକଙ୍କ ପ୍ରଦର୍ଶନ ମଧ୍ୟ ସମସ୍ତ କ୍ରୀଡା ପ୍ରେମୀଙ୍କୁ ଉତ୍ସାହିତ କରିଛି। ଆଇପିଏଲରେ ହାର୍ଦ୍ଦିକଙ୍କ ଫର୍ମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ନିଜର ପ୍ରଦର୍ଶନ ସହିତ ସମସ୍ତଙ୍କ ପାଖରେ ଉତ୍ତର ରଖିଛନ୍ତି। ୨୩ ବଲ୍ ରେ ୪୦ ରନ ସଂଗ୍ରହ କରିଛନ୍ତି। ଠିକ୍ ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୮ ବଲରେ ୩୧ ରନର ଦମଦାର ଇନିଂସ ଖେଳିଛନ୍ତି।
ଭାରତୀୟ ଦଳ ପାଇଁ ଏକ ବିକଳ୍ପ ଭାବରେ ନିଜର ସ୍ଥାନ ଜାହିର କରିଛନ୍ତି ଅଲରାଉଣ୍ଡର ଶିବମ ଦୁବେ। ଆଇପିଏଲରେ ନିଜର ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ପ୍ରଭାବିତ କରିଥିବା ଶିବମ ବଙ୍ଗଳାଦେଶ ବିପକ୍ଷରେ ଦୁଇଟି ୱିକେଟ ନେଇ ଦଳରେ ନିଜର ସ୍ଥାନ ଜାହିର କରିଛନ୍ତି।
52 total views