ରାଜ୍ୟପାଳଙ୍କ ଅଭିଭାଷଣ ଓ ବିରେଧୀଙ୍କ କକ୍ଷ ତ୍ୟାଗ
ବଜେଟ ଅଧିବେଶନ ଆରମ୍ଭରୁ ହିଁ ବିଧାନସଭାରେ ହଟଗୋଳ ଦେଖିବାକୁ ମିଳିଛି । ରାଜ୍ୟପାଳ ନିଜର ଅଭ୍ଭାଷଣ ଆରମ୍ଭ କରୁ କରୁ ବିରୋଧୀ , ଉଭୟ ବିଜେଡି ଓ କଂଗ୍ରେସ କକ୍ଷ ତ୍ୟାଗ କରୁିଥିଲେ । ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ରାଜ୍ୟରେ ବିଜେପି ସରକାର କରିଛି ହେଲେ ଏଇଠି ରାଜ୍ୟପାଳ ହିନ୍ଦୀରେ ଅଭିଭାଷଣ ରଖୁଛନ୍ତି । ଏହା ସହିତ ଏଏସଓ ବୌକୁଣ୍ଠ ନାଥଙ୍କୁ ମହାମହିମ ରାଜ୍ୟପାଳଙ୍କ ମାଡ ମାରିଥିବା ଅଭିଯୋଗ ହେଇଥିଲେ ଏ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ବିଜେପି ତରଫରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆଇନ ତା ବାଟରେ ଯିବ । ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବା ପାଇଁ କୁହା ଯାଇଥିବା କହିଛନ୍ତି ।
ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇସାରିଛି । ବିଜେପି ସରକାରରେ ଥିବା ବେଲେ ବିଜେଡି ବିରେଧୀ ଦଳର ଭୂମିକା ତୁଲାଉଛି ।
34 total views