କୁଆଡେ ଗଲେ ପାଣ୍ଡିଆନ?
୨୦୨୪ ନିର୍ବାଚନର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ବିଜେଡି ନେତା ଊିକେ ପାଣ୍ଡିଆନକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁଆଡେ ଗଲେ ଭିକେ ପାଣ୍ଡିଆନ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ସବୁବେଳେ ସମସ୍ତ ସ୍ଥାନରେ ଏଳୁଟିଆ ନଜରଲ ଆସୁଥିବା ପାଣ୍ଡିଆନ ଫଳାଫଳ ଆସିବା ପରେ କୁଆଡେ ଗଲେ ବୋଲି ସାଧାରଣ ଜନତା ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି । ରାଲି ହେଉ କି ଷ୍ଟେଜ ସବୁଠି ଏକୁଟିଆ ନଜର ଆସୁଥିଲେ ପାଣ୍ଡିଆନ । ଏମିତି ଚିତ୍ର ସାମ୍ନାକୁ ଆସିଲେ ଯେ ପ୍ରତ୍ୟକ ବ୍ୟକ୍ତି ଅନୁଭବ କଲେ ନବୀନ ନାମ ମାତ୍ର ଦଳର ସଭାପତି ଆଉ ପାଣ୍ଡିଆନ ସବୁକିଛି ନିଜେ କଂଟ୍ରୋଲ କରୁଛନ୍ତି । ଏମିତିକି ବିଜୁ ଜନତା ଦଳର ଯେ କୌଣସି ନେତା ପ୍ରତିକ୍ରିୟା ଦେବା ସମୟରେ ତାଙ୍କ ନାଁ ନନେଇ ପ୍ରତିକ୍ରିୟା ରଖୁନଥିଲେ ।
ନିର୍ବାଚନ ସମୟରେ କିଛି ବଛା ବଛା ଗଣମାଧ୍ୟମକୁ ଗୋପାଲପୁର ଡାକି ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁ ନେତା ନିର୍ବାଚନ ପୂର୍ବରୁ ନିଜେ ଏଳୁଟିଆ ଲାଇମ ଲାଇଟରେ ରହୁଥିଲେ ହେଲେ ଫଳାଫଳ ବାହାରିଲା ପରେ କୁଆଡେ ଉଭାନ ହେଇଗଲେ ବୋଲି ଲୋକଙ୍କ ଭିତରେ ଆଲୋଚନା ଆରମ୍ଭ ହେଇ ହେଇଯାଇଛି । ଏମିତିକି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନିର୍ବାଚନ ନଜିତିଲେ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି କହିବାକୁ ପଛେଇ ନଥିଲେ । କିନ୍ତୁ ଦଳ ପରାଜିତ ହେବାପରେ ଏବେ ନିଜକୁ ନିଜେ ଦଳର ସର୍ବସ୍ୱ ବୋଲାଉଥିବା ନେତା କୁଆଡେଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
81 total views