ଓଡ଼ିଶା

ସରପ୍ରାଇଜ ଦେବ କି ବିଜେପି , ଦୋହରାଇବ କି ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ସ୍ଥିତି


ନିର୍ବାଚନ ଫଳାଫଳ ବାହାରିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଏବେ ଅଙ୍କ କଶା ଆରମ୍ଭ ହୋଇ ସାରିଛି । ଚର୍ଚ୍ଚାରେ ଆଗରେ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ତାଙ୍କ ସହିତ ରହିଛନ୍ତି ଝାରସୁଗୁଡା ବିଧାୟକ ସୁରେଶ ପୂଜାରୀ, ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ । ହେଲେ ଆପଣ ଯଦି ବିଜେପିରେ ରେକର୍ଡ ଦେଖିବେ ସବୁବେଳେ ସରପ୍ରାଇଜ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇ ଥାଏ । ମଧ୍ୟପ୍ରଦେଶରେ ବିଜେପି ,ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚହ୍ୱାନଙ୍କ ନେତୃତ୍ୱରେ ନିର୍ବଚନ ଲଢିଥିଲା ଏବଂ ଜିତିଥିଲା । ହେଲେ ପରବର୍ତ୍ତି ମୂହୁର୍ତ୍ତରେ ଦଳ କିନ୍ତୁ ସେଇଠି ମୋହଲ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇଥିଲା ଏବଂ ଶିବରାଜ ସିଂ ଚହ୍ୱାନଙ୍କୁ ସାଂସଦ ଭାବରେ ପ୍ରାର୍ଥୀ କରି ନିର୍ବାଚନ ଲଢେଇଥିଲା । ଠିକ୍ ସେହିଭଳି ରାଜସ୍ଥାନରେ ମଧ୍ୟ ଭଜନ ଲାଲ ଶର୍ମାଙ୍କ ଭଳି ଗୋଟିଏ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇଥିଲା । ସେହିଭଳି ଓଡିଶାରେ ମଧ୍ୟ ବିଜେପି ସେମିତି କିଚି ସରପ୍ରାଇଜ ଦେବ କି ବୋଲି ଆକଳନ କରାଯାଉଛି ।

 63 total views


Leave a Reply

Your email address will not be published. Required fields are marked *