ଓଡ଼ିଶା

ମେ ରେ ୪୧୪୧ ନିଶା ମାଫିଆ ଗିରଫ, ଜବତ ହେଲା ରେକର୍ଡ ସାମଗ୍ରୀ ନିଶା ସାମଗ୍ରୀ



ନିର୍ବାଚନ ସମୟରେ ଅବକାରୀ ବିଭାଗର ଧରପକଡ । ମେ ମାସରେ ରେକର୍ଡ ପରିମାଣର ବେଆଇନ ନିଶା ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ୨୩ ଦିନରେ ୪ ହଜାର ୯୭୭ ମାମଲା ରୁଜୁ କରିବା ସହିତ ୪୧୪୧ ନିଶା ମାଫିଆ ଗିରଫ କରାଯାଇଛି ।
ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବ୍ରାଉନ ସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି ।  ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨ ହଜାର ୬୧୩ ଲିଟର ଭାରତ ତିଆରି ବିଦେଶୀ ମଦ, ୧୫ ହଜାର ୧୧୬ ଲିଟର ବିୟର, ୫ ହଜାର ୩୦୫ ଲିଟର ମହୁଲି, ୪୧୦ କିଲୋ ଭାଙ୍ଗ, ୧ ହଜାର ୮୫୨ ଲିଟର ଆସ୍କା ଫଟି ଓ ୮୪ ହଜାର ୧୬୩ କେଜି ମହୁଆ ଫୁଲ ଏବଂ ୪୩୪ଟି ଗାଡି ଜବତ । ସେହିପରି ବେଆଇନ ଗଞ୍ଜେଇ, ହେରୋଇନ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି । ଏହି ଘଟଣାରେ ୧୧୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି ।

 60 total views


Leave a Reply

Your email address will not be published. Required fields are marked *