ଓଡ଼ିଶା

ଭୁବନେଶ୍ୱରରେ ୨୦୦ ସଖି ବୁଥ୍


ଷ୍ଟ୍ରଙ୍ଗ ରୁମ ରୁ ବୁଥ କୁ ଯାଉଛି ଇ ଭି ଏମ..ଭୁବନେଶ୍ୱର ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜ ରେ ଷ୍ଟ୍ରଙ୍ଗ ରୁମ କରାଯାଇଛି.. ନିର୍ବାଚନ ଦାୟିତ୍ୱ ରେ ଥିବା ବିଭିନ୍ନ ଅଧିକାରୀ ଇ ଭି ଏମ କୁ ଯାଞ୍ଜ କରି ନିଜ ନିଜ ବୁଥ କୁ ନେଉଛନ୍ତି.. ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀ ର କିଛି ବୁଥ କୁ ଏମ ଭି ଏମ ଯାଇ ସରିଛି..ଆଜି ଗୋଟା ଏ ଭିତରେ ସବୁ ବୁଥ କୁ ଇ ଭି ଏମ ପଠା ଯିବ..
ରାଜଧାନୀ ରେ 5 ଟି ନିର୍ବାଚନ ମଣ୍ଡଳୀ ରେ ମୋଟ 488 ଟି ସ୍ଥାନ ରେ 1132 ଟି ପୁଲିଂ ବୁଥ ରହିଛି..
ଜୟଦେବ ନିର୍ବାଚନ ମଣ୍ଡଳୀ ରେ 169 ଟି ସ୍ଥାନ ରେ 236 ଟି ପୁଲିଂ ବୁଥ ରହିଛି
ସେହିପରି ଭୁବନେଶ୍ୱର ମଧ୍ୟ ରେ 50 ଟି ସ୍ଥାନ ରେ 200 ଟି ପୁଲିଂ ବୁଥ ରହିଛି..ମଧ୍ୟ ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ସଖି ବୁଥ ଯେଉଁଠି କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ..
ଭୁବନେଶ୍ୱର ଉତ୍ତର ରେ 84 ଟି ସ୍ଥାନ ରେ 254 ଟି ପୁଲିଂ ବୁଥ
ଭୁବନେଶ୍ୱର ଏକାମ୍ବ୍ର ରେ 74 ଟି ସ୍ଥାନ ରେ 237 ଟି ପୁଲିଂ ବୁଥ
ଜଟଣୀ ରେ 111 ଟି ସ୍ଥାନ ରେ 205 ଟି ପୁଲିଂ ବୁଥ ରହିଛି

 371 total views


Leave a Reply

Your email address will not be published. Required fields are marked *