ପ୍ରତ୍ୟକ୍ଷ ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ
ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ । ଆଜି ଏକ ଭିଡିଓ ମେସେଜ ମାଧ୍ୟମରେ ଏହି ବାର୍ତ୍ତା ସେ ଲୋକଙ୍କ ପାଖରେ ପହଞ୍ଚେଇଛନ୍ତି । ଏହା ସହିତ ବିଜେଡିର ହାର ପାଇଁ କ୍ଷମା ପ୍ରର୍ଥନା ମଧ୍ୟ କରିଛନ୍ତି ।
ଚାକିରୀରେ ଥାଇ ମଧ୍ୟ ନିଜେ ଏକୁଟିଆ ହ୍ୟାଲିକେପ୍ଟର ମାଧ୍ୟମରେ ସାରା ରାଜ୍ୟ ପରିଭ୍ରମଣ କରୁଥିଲେ ଯାହାକୁ ନେଇ ବାରମ୍ବାର ବିରୋଧୀ ବାରମ୍ବାର ଟାର୍ଗେଟ କରିଥିଲେ । ସେଥିପାଇଁ ଗତ ଅକ୍ଟୋବରରେ ପ୍ରଶାସନିକ ସେବାରୁ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ପାଣ୍ଡିଆନ । ନୀବନଙ୍କ ନିକଟତର ବୋଲାଉଥିବା ପାଣ୍ଡିଆନ କାହାକୁ ମଧ୍ୟ ନବୀନକୁ ଭେଟିବାକକୁ ଦେଉ ନଥିଲେ ଫଲରେ ଦଳର ଅନେକ ବରିଷ୍ଠ ନେତା ଏହାକୁ ନେଇ ଆପତ୍ତି ଉଠେଇବା ସହିତ ସ୍ୱର ଉତ୍ତୋଳନ ମଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ପାଣ୍ଡିଆନଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡିଥିଲା । ବାରମ୍ବାର କୁହାଯାଉଥିଲା ଓଡିଶାରେ ଗଣତନ୍ତ୍ର ନୁହେଁ ଅମଲାତନ୍ତ୍ର ଚାଲିଛି । କିଛି ବ୍ୟକ୍ତି ବିଶେଷଙ୍କ କଟୋରୀ ଏହାକୁ ହାଇଜାକ କରିନେଇଥିବା ନେଇଁ ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଏପରିକି ରାଲି ହେଉ କି ମଞ୍ଚ ଉପରେ ସବୁବେଳେ ଏଳୁଟିଆ ନଜର ଆସୁଥିଲେ । ପାଣ୍ଡିଆନଙ୍କ ଏହିପରି ଶାସନ ବ୍ୟବସ୍ଥା କବଜା କରିନେବା ପରେ ବିଜେପି ଓଡିଆ ଅସ୍ମିତା ପ୍ରସଙ୍ଗ ନେଇ ବାରମ୍ବାର ଟାର୍ଗେଟ କରିଥିଲା । ଯାହାର ଫଳାଫଳ ନିର୍ବାଚନରେ ଦେଖିବାକୁ ମିଳିଥିଲା ।
ପାଣ୍ଡିଆନଙ୍କ୍ୁ ଓଡିଶାର ଜନତା ପ୍ରତ୍ୟାଖାନ କରିଛନ୍ତି ଏହା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଦେଇଛି । ନିର୍ବାଚନ ଫଳାଫଳ ବାହାରିବା ପରେ ଦିର୍ଘ ୫ ଦିନ ପରେ ପାଣ୍ଡିଆନ ଏକ ଭିଡିଓ ମେସେଜ ମାଧ୍ୟମରେ ନିଜେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ସହିତ ବିଜେଡିର ହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ବ୍ୟୁରେ ରିପୋର୍ଟ ରାଇଜ ଇଣ୍ଡିଆ ୨୪ ଓଡିଆ
49 total views