ଓଡ଼ିଶା

ନବୀନଙ୍କ ପ୍ରଚାର କାହା ପାଇଁ ଥିଲା , ପାଣ୍ଡିଆନ ନା ଦଳୀୟ ପ୍ରାର୍ଥୀ


ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି। ବିଜେଡି ସୁପ୍ରିମୋ ହାଇଟେକ୍ ଗାଡ଼ିରେ ବସି ଭୁବନେଶ୍ବରର ଗଳି କନ୍ଦି ଯାଇ ନିଜ ଦଳ ପାଇଁ ପ୍ରଚାର କରିଛନ୍ତି। ଗାଡ଼ିରେ ନବୀନଙ୍କ ସହିତ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଦୁଇ ସୁରକ୍ଷା କର୍ମୀ ଓ କ୍ୟାମେରା ମ୍ୟାନ ମଧ୍ୟ ଉପସ୍ଥିତ ଥିଲେ ହେଲେ ନବୀନଙ୍କ ଗାଡ଼ିରେ ଦଳୀୟ ପ୍ରାର୍ଥୀ ଦେଖିବାକୁ ମିଳି ନଥିଲେ। ହାଇଟେକ୍ ଗାଡ଼ିରେ ବସି ଉଭୟ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ବୁଲି ବୁଲି ପ୍ରଚାର କରିଥିଲେ ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି।

ଭୁବନେଶ୍ୱର ମଧ୍ୟରୁ ବିଜୁ ଜନତା ଦଳ ପୁଣି ଥରେ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛି । ମଧ୍ୟ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଅନ୍ୟ ଏକ ଗାଡ଼ିରେ ଆଗରେ ଯାଉଥିବାର ନଜର ଆସିଥିଲେ। ଏମିତି କି ଯେଉଁଠି ଭାଷଣ ଦେଉଥିଲେ ସେଇଠି କେବଳ ନବୀନ ଓ ପାଣ୍ଡିଆନଙ୍କ ଭାଷଣ ଶୁଣିବାକୁ ମିଳୁଥିଲା। ହେଲେ ଯିଏ ପ୍ରାର୍ଥୀ ସିଏ ପଦୁଟିଏ ହେଲେ ମଧ୍ୟ କହିବାର କେଉଁଠି ନଜିର ଆସିନାହିଁ । ଏବେ ପ୍ରଶ୍ନ ଉଠୁଛି ନବୀନ କାହା ପାଇଁ ପ୍ରଚାର କରୁଥିଲେ , ଦଳୀୟ ପ୍ରାର୍ଥୀ ନା ଭିକେ ପାଣ୍ଡିଆନ ।

 580 total views


Leave a Reply

Your email address will not be published. Required fields are marked *