ଓଡ଼ିଶା

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ


ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଏଥର ପୁଣି ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ। କଳାରେ ମୋଟ ପାସ ହାର ୮୦.୯୫ ପ୍ରତିଶତ ରହିଥିବା ବେଳେ, ବାଣିଜ୍ୟରେ ୮୨.୨୭ ପ୍ରତିଶତ ଓ ବିଜ୍ଞାନରେ୮୬.୯୩ ପ୍ରତିଶତ ରହିଛି।

କଳାରେ ମୋଟ ୨,୩୫,୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୯୦,୪୨୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୭୫,୯୧୩ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୧,୩୦,୭୭୧ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୭.୫୬ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୭୨.୬୮ ପ୍ରତିଶତ।

ବିଜ୍ଞାନରେ ମୋଟ ୧,୧୫,୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୦୦,୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୫୨,୫୬୭ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୮,୧୯୦ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର  ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୬.୨୧ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୭.୭୪ ପ୍ରତିଶତ।

ବାଣିଜ୍ୟରେ ମୋଟ ୨୫,୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୨୧,୩୦୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୧୩.୨୩୯ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୮,୦୬୯ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୦.୪୦ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୫.୫୫ ପ୍ରତିଶତ।

ଠିକ୍ ସେହିଭଳି ଧନ୍ଦାମୂଳକ

ମୋଟ ୫୬୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୩୮୩୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୧୮୩୧ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୨୦୦୩ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୬୪.୬୭ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୭୧.୪୦ ପ୍ରତିଶତ

 57 total views


Leave a Reply

Your email address will not be published. Required fields are marked *