ବାରିପଦା ବସ୍ ଷ୍ଟାଣ୍ଡରୁ ଗଡ଼ୁନି ବସ୍
ବାରିପଦା ବସଷ୍ଟାଣ୍ଡରୁ ଗଡ଼ୁନି ବସ୍। ବସ୍ ସମୟ ନିର୍ଘଣ୍ଟକୁ ନେଇ ଗତ ରାତିରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଆଜି ସକାଳେ ବାରିପଦା ବସ ଷ୍ଟାଣ୍ଡରୁ ବସ୍ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଶହଶହ ଯାତ୍ରୀ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହନ୍ତସନ୍ତ ହେଉଛନ୍ତି। ବାରିପଦା ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ କରୁ ନଥିବା ବେଳେ ବାରିପଦାବସ୍ଷ୍ଟାଣ୍ଡକୁ ମଧ୍ୟ କୈାଣସି ବସ୍ ଆସୁନଥିବା ଜଣାଯାଇଛି।
ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ବସ୍ ଚଳାଚଳ ବନ୍ଦ ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବସଷ୍ଟାଣ୍ଡରେ ପୁଲିସ ମୃତୟନ କରାଯାଇଛି। ଶହଶହ ବସ୍ ବାରିପଦା ବସଷ୍ଟାଣ୍ଡରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ବୁଝାମଣା କରି ବସ୍ ଚଳାଚଳ ସ୍ୱଭାବିକ କରିବା ପାଇଁ ଉଦ୍ୟମ କରାଯାଇଛି। ଗତକାଲି ବସ୍ ସମୟ ନିର୍ଘଣ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ଅଟକ ରଖିଛି ବାରିପଦା ଟାଉନ୍ ଥାନା ପୁଲିସ।
247 total views

