ଓଡ଼ିଶା

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ


କେରଳ ଉପକୂଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ। 

IMD ପୂର୍ବାନୁମାନ ଅନୁସାରେ ଗୋଟିଏ ଦିନ ପୂର୍ବରୁ କେରଳ ଉପକୂଳ ଛୁଇଁଛି ମୌସୁମୀ ବାୟୁ। ଚଳିତ ବର୍ଷ ମେ 31 ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। 

ଗତ କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ସହ ମୌସୁମୀ ବାୟୁ ପ୍ରବେଶ କରିସାରିଛଇ। ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ସେହିପରି ରାଜଧାମୀ ଦିଲ୍ଲୀକୁ ମଧ୍ୟ ଜୁନରେ ଛୁଇଁବ ମୌସୁମୀ।

କିନ୍ତୁ 50 ଡିଗ୍ରୀରୁ ଅଧିକ ତାପମାତ୍ରାରେ ହନ୍ତସନ୍ତ ହେଉଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେଇଛି IMD। ଦିଲ୍ଲୀରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  

କୃଷି ପ୍ରଧାନ ରାଷ୍ଟ୍ର ଭାରତ ପାଇଁ ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ, କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। 

 307 total views


Leave a Reply

Your email address will not be published. Required fields are marked *