ଆଜି ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା
ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଟନ । ଗଜତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଆସନ ସହିତ ଏହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆଜି ଭୋଟ ପଡିବ । ରାଜ୍ୟର କିଛି ଚର୍ଚ୍ଚିତ ଚେହେରାଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହେବ । ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଯୁବ ନେତା ସୂରଜ ସୂର୍ଯ୍ୟବଂଶୀ , ବିଜେଚି ନୋତା ସୁଦାମ ମାରାଣ୍ଡିଙ୍କ ଭଶି ନେତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । ଅସହ୍ୟ ଗୁଳିଗୁଳି ଓ ତାତି ଭିତରେ ସମସ୍ତ ବୁଥରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସବୁଠାରୁ ଚର୍ଚ୍ଚାରେ ବାଲେଶ୍ୱର ଆସନ ରହିଛି , କାରଣ ଏଙ୍ଖାରେ ତ୍ରିମୁଖୀ ଲଢେି ଦେଖିବାକୁ ମିଳୁଛି I । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୧୦ ହଜାର, ୮୮୨ ବୁଥରେ ମତଦାନ ଗ୍ରହଣ କରାଯିବ । ସେଥିମଧ୍ୟରୁ ୨୧ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି, ଶାନ୍ତିଶୃଙ୍ଖଳା ପାଇଁ ୩୬ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ତା ସହିତ ୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ପ୍ଲାଟୁନ ଓଡ଼ିଶା ଆର୍ମଡ ପୋଲିସ ନିୟୋଜିତ ହେଇଛନ୍ତି । ଅନ୍ୟପଟେ ବୁଥ ତଦାରଖ କରିବେ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହେଇଛନ୍ତି ।
42 total views