ଏକଜିଟ ପୋଲ ନୁହେଁ ଇଏ ମୋଦୀ ପୋଲ
ନିର୍ବାଚନ ସରିଲା ସମସ୍ତ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ ହେଇଛି । ଆଉ ଏହାରି ଭିତରେ ଏକଜିଟ ପୋଲର ଆକଳନ ମଧ୍ୟ ସାମ୍ନାକୁ ଆସି ସାରିଛି ଯେଉଁଥିରେ ଏନଡିଏ ମେଣ୍ଟକୁ ଅଭୁତପୂର୍ବ ସିଟ ମିଳୁଥିବାର ଦେଖିବାକୁ ମିଳୁଥିବା ବେଳେ ଇଣ୍ଡିଆ ମେଣ୍ଟକୁ ସେତିକି ଖାସ ସିଟ ମିଳୁ ନଥିବା ଆକଳନ କରାଯାଇଛି । ଅନେକ ଜାତୀୟ ଗଣ ମାଧାମର ଏକଜିଟ ପୋଲ ଅନୁସାରେ ଏନଡିଏ ପ୍ରାୟ ୪୦୦ ପାଖାପାଖି ସିଟ ପ୍ଧମଥିବା ବେଳେ ଇଣ୍ଡିଆ ମେଣ୍ଟ ପ୍ରାୟ ୧୮୦ ସିଟରେ ସିମିତ ହେଇ ରହିଯାଉଥିବା ଆକଳନ କରାଯାଉଛି । ଯାହାକୁ କଙ୍କାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଏହା ଏକଜିଟ ପୋଲ ନୁହେଁ ମୋଦା ପୋଲ ବୋଲି କହିଛନ୍ତି । ଏହା ସହିତ ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବା ସହିତ ସରକାର କରିବ ବୋଲି ଦୃଡୋକ୍ତି ପ୍ରକାଶ କରିଛନ୍ତି ।
ଏକଜିଟ ପୋଲରୁ ଆସିଥିବା ନମ୍ବରକୁ ଦେଖି ବିଜେପିର ବରିଷ୍ଠ ନେତୃତ୍ୱ ବେଶ ଖୁସିଥିବା ବେଳେ ଅନେକ ରାଜନୈତିକ ବିଶେଷଜ୍ଞ ମଧ୍ୟ ଏହାକୁ ନେଇ ନାପସନ୍ଦ କରିଛନ୍ତି । ବରିଷ୍ଠ ସାମ୍ବାଦିକ ଓ ରାଡନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ ବିଜେପିକୁ ସୁହେଇଲା ଭଳିଆ ନମ୍ବର ଆସିଥିବା କୁହାଯାଉଛି । ଏହା ସହିତ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଏହା ଏକଜିଟ ପୋଲ ଏକଜାଟ ପୋଲ ନୁହେଁ । ଆସନ୍ତା ଜୁନ ୪ ତାରିଖ ସ୍ପଷ୍ଟ ହୋଇଯିବ କିଏ କେତେ ଆସନ ଜିତିବ ।
84 total views