ଗାଦି ମାଡି ବସିଛନ୍ତି OAS
ଗାଦି ମାଡି ବସିଛନ୍ତି OAS । ଦୀର୍ଘ ବର୍ଷ ହେବ ଗୋଟିଏ ବିଭାଗରେ ଗୋଟିଏ ପୋଷ୍ଟରେ ରହି ଆସିଥିଲ ମଧ୍ୟ ନା ତାଙ୍କର ବଦଳି ହେଉଛି ନା ବିଭାଗ ବଦଳାଯାଉଛି। କେବଳ ଲୋକସେବା ଭବନରେ ଆଇଏଏସ ଗାଦି ମାଡ଼ିକି ବସିଛନ୍ତି ତାହା ନୁହେଁ ବରିଷ୍ଠ OAS ଅଧିକାରୀ ମଧ୍ୟ ଗାଦି ମାଡି ବସିଛନ୍ତି।
୧- ନିବେଦିତା ପୃଷ୍ଟି – ଗୃହ ବିଭାଗରେ ୨୦୧୮ ରୁ , ଗୋଟିଏ ପଦରେ ଯୁଗ୍ମ ସଚିବ ରୁ ସ୍ଵତନ୍ତ୍ର ସଚିବ। ପଦୋନ୍ନତି ହେଇଛି ହେଲେ ପଦବୀ ପରିବର୍ତ୍ତନ ହେଉନି।
୨ – ସୁମିତ୍ରା ସେନାପତି – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୭ ବର୍ଷ ହେଲା ଅଛନ୍ତି।
୩ – ସୁଭାନନ୍ଦ ମହାପାତ୍ର – ବିଗତ ୧୦ ବର୍ଷ ହେବ ସ୍ବାସ୍ଥ୍ୟ ବିଭାଗରେ । କେଉଁ ଡାକ୍ତରଙ୍କ କେଉଁଠାରେ ପୋଷ୍ଟିଂ ହେବ ତାର ତଦାରଖ କରନ୍ତି
୪ – ବବିତା ମହାନ୍ତି – ଅତିରିକ୍ତ ସଚିବ ଗ୍ରାମ୍ୟ ଉନ୍ନୟନ, ବିଗତ ୭ ବର୍ଷ ହେବ ଗୋଟିଏ ବିଭାଗରେ ଅଛନ୍ତି।
୫ – ସ୍ଵୟମପ୍ରଭା ମହାନ୍ତି – ପଂଚାୟତରାଜ ବିଭାଗର ବିଗତ ୧୦ ବର୍ଷ ହେବ ଗାଦି ମାଡି ବସିଛନ୍ତି
୬ – କୁଳମଣି ମିଶ୍ର – ୨୦୧୩ ରୁ ଏପର୍ଯ୍ୟନ୍ତ ଅର୍ଥାତ୍ ୧୧ ବର୍ଷ ହେବ ପଂଚାୟତରାଜ ବିଭାଗର ରହିଛନ୍ତି।
୭ – ଶାନ୍ତନୁ କୁମାର ସାହୁ – ୨୦୧୬ ରୁ ଅର୍ଥ ବିଭାଗରେ ରହିଛନ୍ତି।
୮ – ରବୀନ୍ଦ୍ର ସେଠୀ – ପୂର୍ବତନ ଯାଜପୁର ସଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ବାମୀ। ୨୦୧୬ ରୁ ସାଧାରଣ ପ୍ରଶାସନ ବିଭାଗରେ ଦାୟିତ୍ଵ ମିଳିଥିଲା କିନ୍ତୁ ସୂଚନା ଅନୁସାରେ ସେ ସେବେଠାରୁ ଅନୌପଚାରିକତା ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାମ କରି ଆସୁଥିଲେ ଏବଂ ଏବେ ତାଙ୍କୁ OSD ଭାବରେ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱରେ ରହିଛନ୍ତି।
୯ – ସାରଦା ପଣ୍ଡା – H&UD ବିଭାଗରେ ୮ ବର୍ଷ ହେଲା ଗୋଟିଏ ବିଭାଗରେ ରହିଛନ୍ତି
378 total views

