କେବେ ମିଳିବ ଏଏସଓଙ୍କୁ ନ୍ୟାୟ
କେବେ ମିଳିବ ଏଏସଓଙ୍କୁ ନ୍ୟାୟ
ଘଟଣାକୁ ପ୍ରାୟ ୮ ଦିନ ବିତି ଯାଇଥିଲେ ବି କାହିଁକି ଚୁପ ପୋଲିସ ପ୍ରଶାସନ
ଗତ ୭ ତାରିଖରେ ଅର୍ଥାତ ରଥଯାତ୍ରା ଦିନ ରାଜଭବନରେ କାମ କରୁଥିବା ଜଣେ ଏଏସଓ ବୌକୁଣ୍ଟ ନାଥଙ୍କୁ ମହାମହିମ ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଓ ତାଙ୍କର କିଛି ବନ୍ଧୁଙ୍କ ସହିତ ମାଡ ମାରିଥିବା ଅଭିଯୋଗ ହୋଇଥିଲା ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ରଥଯାତ୍ରାରେ ପୁରି ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ମହାମହିମ ରାଜ୍ୟପାଳଙ୍କ ପୁୁଅ ଲଲିତ କୁମାର ତାଙ୍କର କିଛି ବନ୍ଧୁଙ୍କ ସହିତ ଟ୍ରେନ ଯୋଗେ ପୁରୀ ପହଞ୍ଚିଥିଲେ । ପହଞ୍ଚିବା ପୂର୍ବରୁ ଏଏସଓଙ୍କୁ ଦୁଇଟି ବିଳାସପୂର୍ଣ୍ଣ ଗାଡି ଷ୍ଟେସନୁ ପଠେଇବାକୁ କହିଥିଲେ । ହେଲେ ଗାଡିର ଅଭାବ ଥିବାରୁ ତାଙ୍କ ପାଇଁ ଗୋଟିଏ ବିଳାସପୂର୍ଣ୍ଣ କାର ସହିତ ଗୋଚିଏ ସାଧାରଣ କାର ପଠେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ଲଲିତ କୁମାର , ତାଙ୍କର ଦୁଇ ବନ୍ଧୁ , ଦୁଇ ପିଏସଓ ଏବଂ ବ୍ୟକ୍ତିଗତ ରୋଷେୟା ମାଜ ମାରି ଲହୁ ଲୁହାଣ କରିଥିଲେ ।
ଏନେଇ ସେ ଚିଠି ମାଧ୍ୟମରେ ପ୍ରଥମେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଫଳରେ ପରବର୍ତ୍ତି ସମୟରେ ପୁରୀର ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଥିଲେ । ଭଲ ଭାବରେ ଦେଖନ୍ତୁ ଏହି ଦୁଇ ଚିଠି କୁ । ପ୍ରଥମ ଚିଠି ଟି ହେଉଛି ଯାହା ମହାମହିମ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଲେଖାଯାଇଥିଲା ଏବଂ ଦ୍ୱିତୀୟ ଟି ଟି ହେଉଛି ଯାହା ସମୁଦ୍ର କୁଳ ଥାନାରେ ଲିଖିତ ଭାବରେ ଜଣେଇଥିଲେ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ଏହାରି ଭିତରେ ମହାମହିମ ରାଜ୍ୟପାଳ ଏଏସଓ ବୌକୁଣ୍ଟ ନାଥ ଓ ତାଙ୍କ ପତଃିଙ୍କ ସହିତ ସମ୍ପୁର୍ଣ୍ଣ ଘଟଣା ଆଲୋଚନା କରିବା ସହିତ ସେମାନେ କ୍ଷମା ପ୍ରାର୍ଥନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ହେଲେ ଏବେ ସବୁଠାରୁ ବଡ ପ୍ରଶ୍ନ ଯେଉଁ ଓଡିଆ ଅସ୍ନିତା ପ୍ରସଙ୍ଗ କରି ବିଜେପି ସରକାରକୁ ଆସିଛି ଆଜି ଜଣେ ଓଡିଆ କାର୍ଯ୍ୟରତ ଅଧିକାରୀଙ୍କୁ କିଛି ଅଣ ଓଡିଆ ବ୍ୟକ୍ତି ଆକ୍ରମଣ କରିଥିବା ବେଳେ ଚୁପ କାହିଁକି ? ରିପୋର୍ଟ ରାଇଜ ଇଣ୍ଡିଆ ୨୪ ଓଡିଆ…
114 total views