GeneralLatestଓଡ଼ିଶା

ଏଏସଓ ବୌକୁଣ୍ଠ ନାଥଙ୍କୁ ବଦଳି, ଜୋର ଧରିଲାଣି ରାଜନୀତି


ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ଏଏସଓ ବୌକୁଣ୍ଠ ନାଥ ଅଭିଯ୍ଧେଜ୍ଞ କରିବା ପରେ ତାଙ୍କୁ ଗତକାଲି ରାଜଭବନରୁ ଗୃହ ବିଭାଗକୁ ବଦଲି କରାଯାଇଛି ଯାହାକୁ ନେଇ ରାଜନୀତି ଜୋର ଧରିଲାଣି । ଆଜି ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ନେଇ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କ ଉପେର ବର୍ଷିଛନ୍ତି । ଆଜି ରାଜଭବନ ସମ୍ମୁଖରେ ଛାତ୍ର କଂଗ୍ରେସ ତରଫରୁ ଧାରଣା ଦେବା ସହିତ ଏଏସଓ ବୌକୁଣ୍ଠ ନାଥଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛି ଅନ୍ୟପଟେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ବିଜେପିର ଓଡିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ମୋହନ ସରକାର କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି, ସିଏ କଣ ଆଇନ ଠାରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିି କାଠଗଡାରେ ଛିଡା କରିଛି । ଓଡିଆ ଅସ୍ମିତା ରଖିବେ ନା ଅଣଓଡିଆଙ୍କ ହାତରେ ଓଡିଆଙ୍କୁ ଦଳି ଚକଟି ମାରିବେ । ଯଦି ରାଜ୍ୟପାଳଙ୍କ ପୁଅ ବିରେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ଆଗାମୀ ଦିନରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ଚେତେଇ ଦେଇଛି ।
ସୂଚନା ଥାଉ କି ଗତ ୭ ତାରିଖରେ ଅର୍ଥାତ ରଥଯାତ୍ରା ଦିନ ରାଜଭବନରେ କାମ କରୁଥିବା ଜଣେ ଏଏସଓ ବୌକୁଣ୍ଟ ନାଥଙ୍କୁ ମହାମହିମ ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଓ ତାଙ୍କର କିଛି ବନ୍ଧୁଙ୍କ ସହିତ ମାଡ ମାରିଥିବା ଅଭିଯୋଗ ହୋଇଥିଲା ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ରଥଯାତ୍ରାରେ ପୁରି ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ମହାମହିମ ରାଜ୍ୟପାଳଙ୍କ ପୁୁଅ ଲଲିତ କୁମାର ତାଙ୍କର କିଛି ବନ୍ଧୁଙ୍କ ସହିତ ଟ୍ରେନ ଯୋଗେ ପୁରୀ ପହଞ୍ଚିଥିଲେ । ପହଞ୍ଚିବା ପୂର୍ବରୁ ଏଏସଓଙ୍କୁ ଦୁଇଟି ବିଳାସପୂର୍ଣ୍ଣ ଗାଡି ଷ୍ଟେସନୁ ପଠେଇବାକୁ କହିଥିଲେ । ହେଲେ ଗାଡିର ଅଭାବ ଥିବାରୁ ତାଙ୍କ ପାଇଁ ଗୋଟିଏ ବିଳାସପୂର୍ଣ୍ଣ କାର ସହିତ ଗୋଚିଏ ସାଧାରଣ କାର ପଠେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ଲଲିତ କୁମାର , ତାଙ୍କର ଦୁଇ ବନ୍ଧୁ , ଦୁଇ ପିଏସଓ ଏବଂ ବ୍ୟକ୍ତିଗତ ରୋଷେୟା ମାଜ ମାରି ଲହୁ ଲୁହାଣ କରିଥିଲେ ।
ଏନେଇ ସେ ଚିଠି ମାଧ୍ୟମରେ ପ୍ରଥମେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଫଳରେ ପରବର୍ତ୍ତି ସମୟରେ ପୁରୀର ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଥିଲେ । ଭଲ ଭାବରେ ଦେଖନ୍ତୁ ଏହି ଦୁଇ ଚିଠି କୁ । ପ୍ରଥମ ଚିଠି ଟି ହେଉଛି ଯାହା ମହାମହିମ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଲେଖାଯାଇଥିଲା ଏବଂ ଦ୍ୱିତୀୟ ଟି ଟି ହେଉଛି ଯାହା ସମୁଦ୍ର କୁଳ ଥାନାରେ ଲିଖିତ ଭାବରେ ଜଣେଇଥିଲେ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ ।

 147 total views


Leave a Reply

Your email address will not be published. Required fields are marked *