ଏଏସଓଙ୍କୁ ମାଡ ପ୍ରସଙ୍ଗ , କାହିଁକି ତଦନ୍ତ କରିବେ ପୁରୀ ଜିଲ୍ଲାପାଳ ?
ଗତ ୭ ତାରିଖ ଅର୍ଥାତ ରଥଯାତ୍ରା ଦିନ ପୁରୀ ରାଜବବନରେ ଜଣେ ଓଡିଆ ଅଫିସରଙ୍କୁ ରାଜ୍ୟପାଳଙ୍କ ପୁଅ ଲଲିତ କୁମାର , ତାଙ୍କର ବନ୍ଧୁ ଓ ପିଏସଓ ମାଡ ମାରିଥିଲେ । ହେଲେ ଏଇ ଘଟଣାକୁ ପ୍ରାୟ ୧୮ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ସଂପୃକ୍ତ ଘଟଣା ବିଷୟରେ ପ୍ରଥମେ ରାଜ୍ୟପ।।ଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅବଗତ କରାଯାଇଥିଲା । ପରବର୍ତ୍ତି ମୂହୁର୍ତରେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଫଳରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ରାଜ୍ୟପାଳଙ୍କ ସହିତ ଆଲୋଚନା କରଥିଲେ ଏଏସଓ ଆଉ ତାଙ୍କ ସ୍ତ୍ରୀ । ଆଲେଚନା ପରେ ରାଜ୍ୟପାଳ ୭ ଦିନ ସମୟ ମାଗିଥିଲେ ହେଲେ ଏହାରି ଭିତରୋ ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଗତକାଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି , ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବରିଷ୍ଠ ସାମ୍ବଦିକ ପ୍ରଶ୍ନ ଉଠେଇଛନ୍ତି । ପୋଲିସ ବିଭାଗ ଥାଉ ଥାଉ କାହିଁକି ଜିଲ୍ଲାପାଳ ତଦନ୍ତ କରିବେ । ରାଜ୍ୟ ପୋଲିସ କଣ ତଦନ୍ତ କରି ପାରିବ ନାହିଁ କି ? ଏହି ଘଟଣାରେ ରାଜ୍ୟର ପୋଲିସ ମୁଖିଆ ଅବଗତ ଥିଲେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ?
48 total views