ଝାରସୁଗୁଡାରେ ଭାରତୀୟ ଜନତା ପାର୍ଟି ତରଫରୁ କରାଗଲା ଦଳୀୟ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ!

ଝାରସୁଗୁଡା ସ୍ଥିତ ପଣ୍ଡ୍ରିପଥର ରାଜପଥ ନିକଟରେ ଗତ ସୋମବାର ଭାରତୀୟ ଜନତା ପାର୍ଟି ତରଫରୁ ଦଳୀୟ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କରାଗଲା ଏହି ଭୂମି ପୂଜାରେ ଜିଲ୍ଲା ସଭାପତି ଶ୍ରୀ ମଙ୍ଗଳ ସାହୁ ଯୋଗଦେଇ ପୂଜାରେ ବସିଥିଲେ ।

ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ମୋହଦୟ ଉପସ୍ଥିତ ଥିଲେ ।କିଛି ମାସ ମଧ୍ୟରେ ଏହି ବିଜେପି କାର୍ଯ୍ୟାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବ । ପ୍ରତେକ ଜିଲ୍ଲା ମୋର୍ଚ୍ଚା କମିଟି ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ସହ ଅତିଥୀଙ୍କ ପାଇଁ ରହଣି ସହ ସମସ୍ତ ବ୍ୟବସ୍ଥା କରାଯିବା ଦେଖିବାକୁ ମିଳିଛି । ଏକ ବିରାଟ କାର୍ଯ୍ୟାଳୟ ନିର୍ମାଣ ହେଉଥିବାରୁ ସମସ୍ତ ସଦସ୍ୟ କାର୍ଯ୍ୟକର୍ତା ଏବଂ ବିଭିନ୍ନ ଦାୟିତ୍ୱରେ ଥିବା ସଭାପତି ଉପସ୍ଥିତ ରହି ସହଯୋଗ କରିଥିଲେ ।

ପୂଜାର୍ଚନା ପରେ ପ୍ରସାଦ ବଣ୍ଟନ ହେଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଛଗନ ମୁନ୍ଦ୍ରା,ବିମଳେନ୍ଦୁ ଭୋଳ, ଚକାନନ ସା, ନେତାଜୀ ପଟ୍ଟନାୟକ, , ରଘୁରାମ ପାଲ, ଦିନେଶ ଜୈନ, ଦିନେଶ ଉପାଧ୍ୟାୟ, ପ୍ରମୋଦ ସେନାପତି, ତପନ ଜେନା, ନବୀନ ବିଶ୍ୱାଳ, ସୁଦାମ ପଧାନ ଉପସ୍ଥିତ ଥିଲେ l
474 total views

