ଓଡ଼ିଶାରେ ହେବ ବିଜେପି ସରକାର : ହିମନ୍ତ ବିଶ୍ୱଶର୍ମା
ଡେଲାଙ୍ଗରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କହିଛନ୍ତି ଏଥର ଆପଣ ମାନେ ଦୁଇଟି ଭୋଟ ଦେବେ ଗୋଟିଏ ପ୍ରଧାନମନ୍ତ୍ରୀ ପାଇଁ ଏବଂ ଗୋଟିଏ ଭୋଟ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ। ଗତ ଥର ସମ୍ବିଦ ପାତ୍ର ମାତ୍ର କିଛି ଭୋଟରେ ହାରି ଯାଇଥିଲା। କିନ୍ତୁ ହାରିବା ପରେ ସମ୍ବିଦ ପାତ୍ର ଆଉ ପୁରୀ ବାସୀଙ୍କ ହାତ ଛାଡି ନଥିଲେ। ଯାହା ଫଳରେ ଏଥର ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ର ଯେତେ ବି ସଂସଦ ପ୍ରାର୍ଥୀ ରହିଛନ୍ତି ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି ସମ୍ବିଦ ପାତ୍ର ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା। ପୁରୀ ଏମିତି ଏକ ସଂସଦୀୟ କ୍ଷେତ୍ର ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ଆସୁଛନ୍ତି ପ୍ରଚାର ପ୍ରସାର କରିବା ପାଇଁ। ସାଧାରଣ ଭାବେ ଗୋଟିଏ ସଂସଦ କ୍ଷେତ୍ରକୁ ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଆସି ନଥାନ୍ତି। କିନ୍ତୁ ସମ୍ବିଦ ପାତ୍ର ପ୍ରତି ଭଲ ପାଇବା ଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଆସୁଛନ୍ତି।
ସିଧାସଳଖ ଭାବେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ହିମନ୍ତ ବିଶ୍ଵଶର୍ମା।
- ୨୪ ବର୍ଷ ଶାସନରେ ରହି କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
- ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ମଧ୍ୟ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି।
- ଓଡ଼ିଶାର 5T କୁ ସିଧାସଳଖ ଭାବେ ଧୋଇଦେଲେ ହିମନ୍ତ ବିଶ୍ଵଶର୍ମା।। କହିଲେ 5T ର ଗୋଟିଏ ଟି ହେଉଛି ତାମିଲନାଡୁ। ଯେଉଁ ଆଉ ଗୋଟିଏ ଟି ରହିଛି ଯାହାକୁ ଟିମ୍ work ରଖୁଛନ୍ତି ସେଇଟା team work ନୁହଁ ନବୀନ ଆଉ ପାଣ୍ଡିଆନ୍ work ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା।
- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ସଭାରେ ମାଇକ୍ ଧରି ଅଭିଭାଷଣ ରଖି ପାରୁ ନାହାଁନ୍ତି, ସେଥିପାଇଁ ପାଣ୍ଡିଆନ ବାବୁଙ୍କ ସାହାଯ୍ୟ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯଦି ମୋ ସଭାରେ କେହି ବି ମୋ ପାଖକୁ ଆସି ମାଇକ୍ ଧରିବେ ତେବେ ମୁଁ ତାକୁ ସିଧାସଳଖ ଭାବେ ପୋଲିସ ରେ ଦେଇଦେବି ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା।
129 total views