ନିର୍ବାଚନ ବେଳେ ନିଷ୍କ୍ରିୟ ଓଡିଶା ପ୍ରଦେଶ କଂଗ୍ରେସ
ନିର୍ବାଚନ ସରିଛି ଏବେ ଫଳାଫଳକୁ ଅପେକ୍ଷା । ଆଉ ଏହାରି ଭିତରେ ଏକଜିଟ ପୋଲ ମଧ୍ୟ ଆସି ସାରିଛି । ଏକଜିଟ ପୋଲ ଅନୁଯାଇ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିବା ବେଳ କଂଗ୍ରେସ ଯେମିତି ରେସରେ ହିଁ ନାହିଁ । ନିର୍ବାଚନ ପୂର୍ବରୁ କଂଗ୍ରେସ ଅନେକ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଥିଲ. ଏମିତିକି ବିଜେଡି ଓ ବିଡେପିର ସଂପର୍କକୁ ନେଇ ସମାଲୋଚନା କରିବା ସହିତ ବିବାହ ଉତ୍ସବ ମଧ୍ୟ ପାଳନ କରିଥିଲା । ପରେ ୧୦ ଟି ଛୁଆଙ୍କର ଅନ୍ନପ୍ରସନ୍ନ ମଧ୍ୟ କରେଇ ସେତେବେଳେ ଓଡିଶା ପ୍ରଦେଶ କଂଗ୍ରେସ ବେଶ ଚର୍ଚ୍ଚାରେ ରହିଥିଲା । ହେଲେ ନିର୍ବାଚନ ସମୟରେ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ।
ମେ ୧୩ ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଓଡିଶାରେ ଅନୁଷ୍ଠିତ ହୋଇଛି ହେଲେ ଏହାରି ଭ୍ିତରେ ରାଜ୍ୟର କଂଗ୍ରେସ ନେତା ଯେମିତି ଅଦୃଶ୍ୟ ହୋଇଯାଇଥିଲେ । ପ୍ରଥମ ପର୍ଯ୍ୟାୟରେ ହିଁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କ୍ୟାମ୍ପେନ କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କର ନିର୍ବାଚନ ସରିଯାଇଥିବା ସତ୍ୱେ କେଉଁଠି ପ୍ରଚାର କରିବା ନଜର ଆସିନଥିଲେ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କେବଳ ୯ ରୁ ୯୦ ର ନାରା ଦେଇ କୁଆଡେ ନିଖୋଜ ହେଇ ଗଲେ କି ପିସିସି ସଭାପତି ?
ଠିକ ସେହି ଭଳି ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା କ୍ୟାମ୍ପେନ କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା ।
64 total views